ଓଡିଶା

odisha

ETV Bharat / bharat

ନୂଆ କୋଭିଡ ଟେଷ୍ଟିଂ କିଟ୍ ବିକଶିତ କଲା ଦିଲ୍ଲୀ IIT, 90 ମିନିଟରେ ଚିହ୍ନଟ ହେବ ଓମିକ୍ରନ - ଦିଲ୍ଲୀ ଆଇଆଇଟି ଦ୍ବାରା ନୂଆ କୋଭିଡ କିଟ୍ ପ୍ରସ୍ତୁତ

ଦିଲ୍ଲୀ IIT(Indian Institute of Technology) ଦ୍ବାରା ପ୍ରସ୍ତୁତ ହେଲା ଓମିକ୍ରନ ଟେଷ୍ଟ କିଟ୍ । ଯାହାକୁ ବ୍ୟବହାର କରି ମାତ୍ର ୯୦ ମିନିଟରେ ଚିହ୍ନଟ ହୋଇପାରିବ ଏହି ନୂଆ ଭ୍ୟାରିଆଣ୍ଟ । ଅଧିକ ପଢନ୍ତୁ

ନୂଆ କୋଭିଡ ଟେଷ୍ଟିଂ କିଟ୍ ବିକଶିତ କଲା ଦିଲ୍ଲୀ IIT, 90 ମିନିଟରେ ଚିହ୍ନଟ ହେବ ଓମିକ୍ରନ
ନୂଆ କୋଭିଡ ଟେଷ୍ଟିଂ କିଟ୍ ବିକଶିତ କଲା ଦିଲ୍ଲୀ IIT, 90 ମିନିଟରେ ଚିହ୍ନଟ ହେବ ଓମିକ୍ରନ

By

Published : Dec 14, 2021, 2:04 PM IST

Updated : Dec 14, 2021, 2:14 PM IST

ନୂଆଦିଲ୍ଲୀ: ଦେଶରେ କ୍ରମଶଃ ମାଡିଚାଲିଛି ଓମିକ୍ରନ(Omicron ) । ଯାହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଏପରିସ୍ଥଳେ ଯଥାଶୀଘ୍ର ଏହି ଭ୍ୟାରିଆଣ୍ଟକୁ ଚିହ୍ନଟ କରିବା ବା ଟେଷ୍ଟିଂ ବୃଦ୍ଧି କରିବା ଜରୁରୀ ହୋଇପଡିଛି । ଯାହାକୁ ଦୃଷ୍ଟିରେ ରଖି କମ୍ ସମୟରେ ଓମିକ୍ରନ(Omicron ) ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ RT-PCR ଆଧାରିତ ନୂଆ କୋଭିଡ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିଛି ଦିଲ୍ଲୀ IIT(Indian Institute of Technology) । IIT ଗବେଷକଙ୍କ ଦ୍ବାରା ବିକଶିତ ଏହି କିଟ୍ ମାଧ୍ୟମରେ ମାତ୍ର ୯୦ ମିନିଟ୍ ମଧ୍ୟରେ ଓମିକ୍ରନ ଭଳି କୋରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇପାରିବ ବୋଲି ଜଣାପଡିଛି ।

ଉକ୍ତ କିଟ୍ ସାହାଯ୍ୟରେ ଓମିକ୍ରନ ଭ୍ୟାରିଆଣ୍ଟ ଭଳି ବିଭିନ୍ନ ମ୍ୟୁଟେସନ ଚିହ୍ନଟ କରାଯାଇପାରିବ । ବର୍ତ୍ତମାନ ବିଶ୍ବବ୍ୟାପୀ ଏହି ନୂତନ ଭ୍ୟାରିଆଣ୍ଟର ଚିହ୍ନଟୀକରଣ ବା ସ୍କ୍ରିନିଂ ସିକ୍ୟୁଏନ୍ସିଂ ଆଧାରିତ ପ୍ରକ୍ରିୟା ମାଧ୍ୟମରେ କରାଯାଉଛି । ଯେଉଁଥିପାଇଁ ୩ ଦିନ ସମୟ ଲାଗୁଛି । ହେଲେ IIT ଦ୍ବାରା ବିକଶିତ RT-PCR ଆଧାରିତ କିଟ୍ ଜରିଆରେ ମାତ୍ର ୯୦ ମିନିଟ୍ ମଧ୍ୟରେ ନୂଆ ଭ୍ୟାରିଆଣ୍ଟର ଚିହ୍ନଟ ହେବ । ନିକଟରେ IIT ଦିଲ୍ଲୀ ଦ୍ବାରା ପ୍ରସ୍ତୁତ କିଟ୍ ICMR ଅନୁମୋଦନ ଲାଭ କରିଛି ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଭାରତରେ ଓମିକ୍ରନ ମାମଲା ବୃଦ୍ଧି ପାଉଛି । ଆଜସୁଦ୍ଧା ମୋଟ ୪୧ ଜଣ ଏହି ନୂଆ ଭ୍ୟାରିଆଣ୍ଟରେ ସଂକ୍ରମିତ ଥିବା ଚିହ୍ନଟ ହୋଇଥିବାବେଳେ ଆଗକୁ ମଧ୍ୟ ସଂଖ୍ୟା ବଢିବ ବୋଲି କୁହାଯାଉଛି । ଏପରିସ୍ଥଳେ ଏହି ନୂଆ କୋଭିଡ ଟେଷ୍ଟିଂ କିଟ୍ ଜରିଆରେ ଟେଷ୍ଟିଂ ବୃଦ୍ଧି କରାଯାଇପାରିବ ।

@IANS

Last Updated : Dec 14, 2021, 2:14 PM IST

ABOUT THE AUTHOR

...view details