ଓଡିଶା

odisha

By

Published : Dec 2, 2021, 10:24 AM IST

ETV Bharat / bharat

IIT BHU ଛାତ୍ରଙ୍କ କମାଲ, ୨ କୋଟି ପ୍ୟାକେଜର ପାଇଲେ ନିଯୁକ୍ତି

IIT ବନାରସ ହିନ୍ଦୁ ୟୁନିଭର୍ସିଟିର (Indian Institute of Technology (BHU) Varanasi) ଜଣେ ଛାତ୍ରଙ୍କୁ ୨ କୋଟି ପ୍ୟାକେଜରେ ନିଯୁକ୍ତି ଦେଲା ଆମେରିକାର ଏକ ସଂସ୍ଥା । ଅଧିକ ପଢନ୍ତୁ

IIT BHU student gets 2 crore package
IIT BHU ଛାତ୍ରଙ୍କ କମାଲ, ୨ କୋଟି ପ୍ୟାକେଜର ହେଲେ ନିଯୁକ୍ତି

ନୂଆଦିଲ୍ଲୀ: ଚାକିରୀ ଖଣ୍ଡିଏ ଆଜିର ଯୁବପିଢିଙ୍କ ପାଇଁ ସ୍ବପ୍ନ ପାଲଟିଥିବାବେଳେ IIT ବନାରସ ହିନ୍ଦୁ ୟୁନିଭର୍ସିଟିର (Indian Institute of Technology (BHU) Varanasi) ଜଣେ ଛାତ୍ର ୨ କୋଟିର ପ୍ୟାକେଜ ପାଇ ସମସ୍ତଙ୍କୁ ଚକିତ କରିଛନ୍ତି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, IIT BHUର ଏହି ଛାତ୍ର ଜଣକ ପ୍ଲେସମେଣ୍ଟ ଡ୍ରାଇଭର ପ୍ରଥମ ଦିନରେ 2 କୋଟି ପ୍ୟାକେଜ୍ ସହ ଆମେରିକାର ସାନ ଫ୍ରାନ୍ସିସ୍କୋର ଉବେର ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଛନ୍ତି ।

ଚଳିତ ବର୍ଷ IIT BHU ପ୍ଲେସମେଣ୍ଟ ଡ୍ରାଇଭ ଚାଲିଛି, 1000 ରୁ ଅଧିକ ଛାତ୍ର ଏଥିରେ ଭାଗ ନେଇଛନ୍ତି । ପ୍ଲେସମେଣ୍ଟର ପ୍ରଥମ ଦିନରେ ଆମେରିକାର ଉବେର ସଂସ୍ଥା ୫ ଜଣ ପିଲାଙ୍କୁ ଚୟନ କରିଛି । ସେମାନଙ୍କ ମଧ୍ୟରେ ଜଣେ ଛାତ୍ରଙ୍କୁ ୨.୫ କୋଟି ପ୍ୟାକେଜ ଦେଇଛି । ଏହି ଖବର ପ୍ରଚାର ହେବା ପରେ ସମସ୍ତେ ଏକ ପ୍ରକାର ଚକିତ ହୋଇଯାଇଛନ୍ତି । କାରଣ ଚାକିରୀ ପାଇଁ ଚିନ୍ତାଗ୍ରସ୍ତ ଥିବା ଆଜିର ଯୁବପିଢିଙ୍କ ପାଇଁ ଛାତ୍ର ଜଣକ ଉଦାହରଣ ସୃଷ୍ଟି କରିଛନ୍ତି ।

ଅନ୍ୟପଟେ IIT BHUର ଏହି ପ୍ଲେସମେଣ୍ଟ ଡ୍ରାଇଭ୍ 24 ଘଣ୍ଟା ଧରି ଅନୁଷ୍ଠିତ ହେଉଛି, କାରଣ ଅନେକ ବିଦେଶୀ ମଲ୍ଟି ନ୍ୟାସନାଲ କର୍ପୋରେସନ ମଧ୍ୟ IIT BHUର ଛାତ୍ରମାନଙ୍କୁ ସେମାନଙ୍କର ଅଫର୍ ଦେଉଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରାୟ 5 ଦିନ ପର୍ଯ୍ୟନ୍ତ ଚାଲିବ । 200 ରୁ ଅଧିକ ସଂସ୍ଥା ଏଥିରେ ଭାଗନେଇଛନ୍ତି ।

ପ୍ଲେସମେଣ୍ଟ ଡ୍ରାଇଭ ପାଇଁ ଅନେକ ବଡ ବଡ କମ୍ପାନୀର ନାମ ରହିଛି । ସେଗୁଡିକ ମଧ୍ୟରୁ ମାଇକ୍ରୋସଫ୍ଟ, ୱିପ୍ରୋ, ଟାଟା ଷ୍ଟିଲ, ଜାଗୁଆର, ଗୁଗୁଲ, ରିଲାଏନ୍ସ, ସାମସଙ୍ଗ, JIO 5G, OYO, ଫ୍ଲିପକାର୍ଟ, ଆମାଜନ, ଉବେର, ଟାଟା କନ୍ସଲଟାନ୍ସ ସର୍ଭିସେସ୍(TCS), ଜୋମାଟୋ ଆଦି ରହିଛି ।

IIT BHU ପ୍ଲେସମେଣ୍ଟ ଡ୍ରାଇଭ ପ୍ଲେସମେଣ୍ଟ ଇନଷ୍ଟିଚ୍ୟୁଟର ରାଜପୁତାନା ହଷ୍ଟେଲରେ ଚାଲିଛି । ବି.ଟେକ୍, ଆଇଡିଡି ଏବଂ ଇଣ୍ଟିଗ୍ରେଟେଡ୍ ଡୁଆଲ୍ ଡିଗ୍ରୀ ପାଠ୍ୟକ୍ରମ ଅନୁସରଣ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଏହି ଆୟୋଜନ କରାଯାଇଛି ।

ABOUT THE AUTHOR

...view details