ଲକ୍ଷ୍ନୌ:ନଭେମ୍ବର ମାସରେ ଉତ୍ତର ପ୍ରଦେଶ ବନାରସ ସ୍ଥିତ IIT-BHU କ୍ଯାମ୍ପସରେ ଛାତ୍ରୀ ନିର୍ଯାତନା ମାମଲାର ଦୀର୍ଘ 2 ମାସ ପରେ 3 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଘଟଣା ପରେ କ୍ୟାମ୍ପସରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ମାତ୍ର ପୋଲିସ ଏତଲା ଗ୍ରହଣ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ କରିଥିଲା । ହେଲେ ଏମାନେ ଦୁଇମାସ ଫେରାର ରହିବା ପରେ ଆଜି ସେମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ କୁନାଲ ପାଣ୍ଡେ, ଅଭିଷେକ ଚୌହାନ ଓ ସକ୍ଷମ ପଟେଲ ବୋଲି ପୋଲିସ କହିଛି । ଏମାନେ ବ୍ୟବହାର କରୁଥିବା ଏକ ମୋଟର ସାଇକେଲକୁ ମଧ୍ୟ ପୋଲିସ ଜବତ କରିଛି ।
ହେଲେ ଏହି ବିଳମ୍ବିତ କାର୍ଯ୍ୟାନୁଷ୍ଠାନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କଡା ସମାଲୋଚନା କରିଛନ୍ତି । ଅଭିଯୁକ୍ତମାନେ ଭାରତୀୟ ଜନତା ପାର୍ଟିର କର୍ମୀ ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜର ଏକ ଫଟୋ ସେୟାର କରି ଅଖିଳେଶ ଲେଖିଛନ୍ତି, ଅଭିଯୁକ୍ତମାନେ କିଛି ବରିଷ୍ଠ ବିଜେପି ନେତାଙ୍କ ପୃଷ୍ଟପୋଷକତାରେ ଏତେଦିନ ଫେରାର ଥିଲେ । ଅପରାଧ ପ୍ରତି ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ନୀତି କୁଆଡେ ଗଲା ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି ।
କ’ଣ ଥିଲା ପୁରା ଘଟଣା:-