ନୂଆଦିଲ୍ଲୀ:2024 ଜାନୁଆରୀ ମାସ 17ରୁ 20 ତାରିଖ ଯାଏଁ ଆୟୋଜିତ ହେବ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ- 2023 । ହରିୟାଣାର ଫରିହାବାଦରେ ଏହା ଆୟୋଜିତ ହେବାକୁ ଥିବା ନେଇ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହି ମେଗା ବିଜ୍ଞାନ ମେଳାରେ ଟ୍ରାନ୍ସଲେସ୍ନାଲ୍ ହେଲଥ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଇନ୍ଷ୍ଟିଚ୍ୟୁଟ ଏବଂ ରିଜିଓନାଲ ବାୟୋଟେକ୍ନୋଲୋଜି ସେଣ୍ଟରର ପରିସରରେ ଆୟୋଜନ କରାଯିବ । ଆଇଆଇଏସଏଫ୍ (IISF) 2023ର ଏହି ନବମ ସଂସ୍କରଣର ବିଷୟବସ୍ତୁ 'ଅମୃତ କାଳରେ ବିଜ୍ଞାନ ଏବଂ ଟେକ୍ନୋଲୋଜିର ସାର୍ବଜନିକ ଲୋକ ସମ୍ପର୍କ' ରହିଛି ।
ଏହା ମଧ୍ୟ ପଢନ୍ତୁ...ଗରିବ ଡାଇବେଟିସ୍ ରୋଗୀଙ୍କୁ ସଂଜିବନୀ, AIIMSରେ ମାଗଣା ମିଳିବ ଇନ୍ସୁଲିନ
ଜନ ସାଧାରଣଙ୍କୁ ବ୍ୟାପକ ସ୍ତରରେ ବିଜ୍ଞାନ ପ୍ରତି ପ୍ରେରିତ କରିବା ଏବଂ ଛାତ୍ରଛାତ୍ରୀ, ଶିକ୍ଷକ, ବୈଜ୍ଞାନିକ, ଗବେଷକ, ଉଦ୍ୟୋଗୀ, ବିଜ୍ଞାନ ଅନୁରାଗୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା IISF 2023ର ଉଦ୍ଦେଶ୍ୟ । IISF 2023ରେ ପ୍ରତିଯୋଗୀଙ୍କୁ ଏବଂ ସାଧାରଣ ଜନତାଙ୍କୁ ମୋଟ 17ଟି ବିଷୟବସ୍ତୁ ଉପରେ ଆଧାରିତ ବିଭିନ୍ନ ଲାଭଦାୟୀ ବୈଜ୍ଞାନିକ ଉପଲବ୍ଧି ଗୁଡ଼ିକୁ ପ୍ରଦର୍ଶିତ କରାଯିବ । ଏହି କାର୍ଯ୍ୟକ୍ରମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବୈଜ୍ଞାନିକ ସିମ୍ପୋସିୟମ, ସେମିନାର , ପ୍ରଦର୍ଶନୀ, ପ୍ରତିଯୋଗିତା, ୱାର୍କସପ, ଟେକ୍ ସୋ' ଆଦି ଆୟୋଜିତ ହେବ ।