ହାଇଦ୍ରାବାଦ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ ଆଲୁମିନି ଆସୋସିଏସନର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଚାପ୍ଟର ତରଫରୁ ହାଇଦ୍ରାବାଦରେ କନେକ୍ସନ-୨୦୨୧ ଆୟୋଜିତ ହୋଇଯାଇଛି । ହାଇଦ୍ରାବାଦର ଆଇଟିସି କାକତିଆ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାପ୍ଟର ସଭାପତି ମାଧବୀ ନାଇଡୁ, ସିଲଭର ଜୁବୁଲି ବ୍ୟାଚ୍ ଛାତ୍ର ସତ୍ୟ ସିଦ୍ଧାର୍ଥ ରଥଙ୍କୁ ସମ୍ମାନିତ କରିଛନ୍ତି ।
ସଭାପତି ନାଇଡୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଛନ୍ତି ଯେ, 'କୌଣସି ଅନୁଷ୍ଠାନରୁ ପାସ୍ କରୁଥିବା ଯୁବ ପ୍ରଫେସନାଲଙ୍କ କ୍ୟାରିୟର ଗଠନରେ ଆଲୁମିନି ଆସୋସିଏସନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆଲୁମିନିମାନେ ଏହାର ଜୁନିୟରମାନଙ୍କୁ ଅନେକ ଉପାୟରେ ସାହାଯ୍ୟ କରିଥାଆନ୍ତି ।' ସେହିପରି ସିଲଭର ଜୁବୁଲି ଆଲୁମିନି ସତ୍ୟ ସିଦ୍ଧାର୍ଥ ରଥ କହିଛନ୍ତି ଯେ, 'ମୋର ବୃତ୍ତିର ମୌଳିକ ମୂଲ୍ୟବୋଧ ଶିକ୍ଷା ଦେଇଥିବାରୁ ମୁଁ ମୋର ଅନୁଷ୍ଠାନ ପ୍ରତି କୃତଜ୍ଞ ।'