ପାଟନା: ବିହାର ପୋଲିସ ମହାନୀରିକ୍ଷକ(Bihar IG Vikas Vaibhav) ବିକାଶ ବୈଭବଙ୍କ ସର୍ଭିସ ରିଭଲଭର ପାଟନାରେ ଚୋରି ହୋଇଯାଇଥିବା ସୂଚନା (Service Revolver Missing) । ଗୁରୁବାର ରିଭଲଭର ଗାଏବ ହେବାନେଇ ସୂଚନା ମିଳିବା ପରେ ପୋଲିସ ତାଙ୍କର ବାସଭବନରେ ସଫେଇ କାମ କରୁଥିବା ଯୁବକଙ୍କୁ ଅଟକ ରଖିଛି । ପୋଲିସ ଉକ୍ତ ଯୁବକଙ୍କୁ ପଚରାଉଚରା କରୁଛି । ଏହାକୁ ନେଇ ପାଟନାର ଗର୍ଦନୀବାଗ ଥାନାରେ ଏକ FIR ହୋଇଛି ।
ଆଇଜି ବିକାଶ ବୈଭବଙ୍କ ପିସ୍ତଲ ଚୋରି: ସେ କହିଛନ୍ତି ଯେ, "ଗୁରୁବାର ତାଙ୍କର ଘରୁ ସରକାରୀ ପିସ୍ତଲ ଚୋରି ହୋଇଯାଇଛି । ବହୁ ଖୋଜାଖୋଜି ପରେ ନ ମିଳିପାରିବା ପରେ ପାଟନାର ଗର୍ଦନୀବାଗ ଥାନାରେ ଅଭିଯୋଗ କରିଛି । ଅନ୍ୟପଟେ ଘରେ ଲାଗିଥିବା ସମସ୍ତ ସିସିଟିଭିକୁ ଯାଞ୍ଚ କରାଯାଉଛି ।" କୁହାଯାଉଛି ଯେ, ଏହି ମାମଲାରେ ଗୃହରକ୍ଷା ବାହିନୀର ପୋଲିସ ମହାନିରୀକ୍ଷକଙ୍କ ବାସଭବନରୁ ସରକାରୀ 9mm ପିସ୍ତଲ ଓ 25 ଜୀବନ୍ତ ଗୁଳି ଚୋରି ହୋଇଯାଇଛି । ଏହି ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ମୁଖ୍ୟାଳୟରେ ହଡକମ୍ପ ମଚିଯାଇଛି ଓ ପୋଲିସ ଛାନଭିନ୍ରେ ଲାଗିପଡିଛି ।