ଓଡିଶା

odisha

ETV Bharat / bharat

ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ ନୂଆ ବ୍ୟକ୍ତିଗତ ସଚିବ

ଆଇଏଫଏସ ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୂଆ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଅଧିକ ପଢନ୍ତୁ

By

Published : May 22, 2022, 7:33 AM IST

ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ ନୂଆ ବ୍ୟକ୍ତିଗତ ସଚିବ
ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ ନୂଆ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ:ଆଇଏଫଏସ (Indian Foreign Service) ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୂଆ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ବିବେକ କୁମାର 2004 ବ୍ୟାଚର ଆଇଏଫଏସ ଅଧିକାରୀ । ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର(pmo) ନିର୍ଦ୍ଦେଶକ ଥିଲେ ।

ଏହା ପୂର୍ବରୁ ସେ 2013-14 ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ । ଆଇଆଇଟି ବମ୍ବେରୁ ବିକେଟ ହାସଲ କରିଥିବା ବିବେକ 2014ରେ ହିଁ ପିଏମଓ ସହ ସଂଶ୍ଳିଷ୍ଟ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ନିଯୁକ୍ତି କମିଟି ବୈଠକରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରି ମିଳିଛି ।

46 ବର୍ଷୀୟ ବିବେକ କୁମାର ରାଜସ୍ଥାନର ଝୁଣ୍ଡୁନୁ ଜିଲ୍ଲା ବସନ୍ତ ବିହାର କଲୋନୀ ନିବାସୀ । ତାଙ୍କୁ ଏହି ନୂଆ ଦାୟିତ୍ବ ମିଳିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ପରିବାର ପଡୋଶୀ ସମସ୍ତେ ଗର୍ବ ଅନୁଭବ କରିଛନ୍ତି । ବିବେକଙ୍କ ବାପା ରାଧାକିଶୋର ଜଣେ ଅରପିଏସ ଅଧିକାରୀ ଥିଲେ । 2004ରେ ବିବେକ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇଥିଲେ । ନୂଆ ଦାୟିତ୍ବ ମିଳିବା ପରେ ପିଏମଓରେ ତାଙ୍କର ମୁଖ୍ୟ ଭୂମିକା ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details