ନୂଆଦିଲ୍ଲୀ:ଗୋଆରେ ଆୟୋଜିତ 53ତମ ଅନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଫେଷ୍ଟିଭାଲ (IFFI)ରେ ଜୁରୀ ହେଡ ତଥା ଇସ୍ରାଏଲି ଫିଲ୍ମ ମେକର ନାଭାଦ ଲାପିଡଙ୍କ (Nadav Lapid) ଚଳଚ୍ଚିତ୍ର ‘‘କାଶ୍ମୀର ଫାଇଲ୍ସ’’ ସମ୍ପର୍କରେ ବିବାଦୀୟ ବୟାନ ପରେ ଭାରତରେ ଏହାକୁ ବିରୋଧ କରାଯିବା ଆରମ୍ଭ କରାଗଲାଣି (controversial remarks for Kashmir Files)। ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ମନ୍ତବ୍ୟ ବିରୋଧରେ ବର୍ଷିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେହିପରି ଭାରତରେ ଆୟୋଜିତ କାର୍ଯ୍ୟକ୍ରମ ମଞ୍ଚରେ ଏପରି ମନ୍ତବ୍ୟ ଆତଙ୍କବାଦକୁ ସିଧା ସମର୍ଥନ ବୋଲି ଅଗ୍ନିହୋତ୍ରୀ କହିଛନ୍ତି । ସେହିପରି ଏହି ଆତଙ୍କବାଦ ଓ ଅର୍ବାନ ନକ୍ସଲ ଚିନ୍ତାଧାରାକୁ ସମର୍ଥନ କରୁଥିବା ବ୍ୟକ୍ତି କିମ୍ବା ଶକ୍ତି ତାଙ୍କୁ ରୋକିପାରିବେ ନାହିଁ ବୋଲି ମଧ୍ୟ ବିବେକ କହିଛନ୍ତି (IFFI Jury Head controversial remarks)।
ବିବେକ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସିନେମା ନିର୍ମାଣ କରିବା ଯୋଜନା ଆରମ୍ଭ ହେବାରୁ ତାଙ୍କୁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧ କରି ଆସୁଛନ୍ତି । ଏହି ସିନେମାକୁ ପ୍ରୋପାଗଣ୍ଡା ବୋଲି ଅଭିଯୋଗ କରି ଆସୁଛନ୍ତି । କାଶ୍ମୀର ଫାଇଲ୍ସର କାହାଣୀ ପ୍ରସ୍ତୁତ ହେବା ପୂର୍ବରୁ ଘାଟିରେ ଏପରି କାଣ୍ଡର ପ୍ରତ୍ୟେକ୍ଷ ଶିକାର ହୋଇଥିବା 700 କାଶ୍ମୀର ପଣ୍ଡିତ ପରିବାର ସହ ଆଲୋଚନା କରାଯାଇଥିଲା । ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା । କ’ଣ ପୀଡିତମାନେ ପ୍ରୋପାଗଣ୍ଡାର ଅଂଶବିଶେଷ ବୋଲି ପ୍ରଶ୍ନ କରିଛନ୍ତି ବିବେକ । ସେହିପରି ଏବେ ମଧ୍ୟ କାଶ୍ମୀରରେ ହାତଗଣତି ହିନ୍ଦୁ ଥିବା ବେଳେ ସେମାନଙ୍କୁ ମଧ୍ୟ ଖୋଜି ଖୋଜି ହତ୍ୟା କରାଯାଉଛି ବୋଲି ଅଗ୍ନିହୋତ୍ରୀ ଏକ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।