ଓଡିଶା

odisha

By

Published : Apr 19, 2021, 10:29 AM IST

ETV Bharat / bharat

ମାଗଣାରେ ଅକ୍ସିଜେନ ଯୋଗାଇବ ଇଫକୋ

ଦେଶରେ ସମସ୍ତ ହସ୍ପିଟାଲକୁ ମାଗଣାରେ ଅକ୍ସିଜେନ ଯୋଗାଇବ ଇଫକୋ ସଂସ୍ଥା । ଅଧିକ ପଢନ୍ତୁ...

ମାଗଣାରେ ଅକ୍ସିଜେନ ଯୋଗାଇବ ଇଫକୋ
ମାଗଣାରେ ଅକ୍ସିଜେନ ଯୋଗାଇବ ଇଫକୋ

ନୂଆଦିଲ୍ଲୀ:କୋରୋନା ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଦେଶରେ ଅକ୍ସିଜେନ ସିଲିଣ୍ଡରର ଘୋର ଅଭାବ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଭାରତୀୟ କୃଷକ ସାର ସମବାୟ ସମିତି(IFFCO) ଗୁଜୁରାଟର କାଲୋଲ ୟୁନିଟରେ ଏକ ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତ କରୁଛି । ତେବେ ଏହି ସଂସ୍ଥା ମାଗଣାରେ ଅକ୍ସିଜେନକୁ ହସ୍ପିଟାଲକୁ ଯୋଗାଇବ ବୋଲି ଜଣାପଡିଛି ।

ପ୍ରତି ଘଣ୍ଟାକୁ 200 କ୍ୟୁବିକ ମିଟର କ୍ଷମତାର ଅକ୍ସିଜେନ ପ୍ଲାଣ୍ଟ କାଲୋଲ ୟୁନିଟରେ ବସାଇବ । ଦେଶସେବା ପାଇଁ ସଂସ୍ଥା ପକ୍ଷରୁ ମାଗଣାରେ ହସ୍ପିଟାଲକୁ ଅମ୍ଳଜାନ ଯୋଗାଣ ହେବ । ତେବେ ଗୋଟିଏ ସିଲିଣ୍ଡରରେ 46.7 ଲିଟରର ଅମ୍ଳଜାନ ରହିବ ବୋଲି ଜଣାପଡିଛି । ଏହି ପ୍ଲାଣ୍ଟ 700ଟି ବଡ 'ଡି' ସିଲିଣ୍ଡର ଓ 300ଟି 'ବି' ଆକାରର ସିଲିଣ୍ଡରର ମେଡିକାଲ ଅକ୍ସିଜେନ ଉତ୍ପାଦନ କରିବ । କୋରୋନା ମହାମାରୀରେ ଦେଶକୁ ସହାୟତା ଯୋଗାଇବା ପାଇଁ ଇଫକୋ ଆଉ 3ଟି ପ୍ଲାଣ୍ଟ ଗଠନ କରିବ ବୋଲି ସୂଚନା ଦେଇଛି ।

ହସ୍ପିଟାଲଗୁଡିକ ନିଜ ହସ୍ପିଟାଲରୁ ସିଲିଣ୍ଡର ଆଣି ଇଫକୋରେ ଭର୍ତ୍ତି କରିନେଇପାରିବେ । ସଂକ୍ରମଣ ବୃଦ୍ଧି ପାଇବା ପରେ ଦେଶର ଅନେକ ସ୍ଥାନରେ ମେଡିକାଲ ଅକ୍ସିଜେନର ଅଭାବ ପରିଲକ୍ଷିତ ହେଉଛି । ଏହି ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେଡିକାଲ ଯୋଗାଣ ପ୍ରକ୍ରିୟାକୁ ବଢାଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି । ଦେଶର ଅଧିକ ସଂକ୍ରମିତ ଥିବା 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ଅକ୍ସିଜେନ ଅଭାବକୁ ନେଇ ବୈଠକ କରାଯିବା ପରେ ସେଠାକୁ 6177 ମେଟ୍ରିକ ଟନ ଅକ୍ସିଜେନ ପଠାଯାଇଥିବା ଗୋୟଲ ସୂଚନା ଦେଇଛନ୍ତି ।

@ANI

ABOUT THE AUTHOR

...view details