ଚଣ୍ଡିଗଡ: ହରିୟାଣାରେ ଟିକା ନେବାକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଯଦି ରାହୁଲ ଗାନ୍ଧି ଟିକା ନେବାକୁ ଚାହାନ୍ତି ତେବେ ସେ ଆମ ରାଜ୍ୟରେ ଆସି ଟିକା ନେଇପାରିବେ ।
ଏହା ପୂର୍ବରୁ ରାହୁଲ ଗାନ୍ଧୀ ଦେଶରେ ଟିକାର ଅଭାବକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ଗତକାଲି(ଶୁକ୍ରବାର) ମଧ୍ୟ ଦେଶରେ କୋଭିଡ 19 ଟିକାର ଅଭାବକୁ ନେଇ ଟାର୍ଗେଟ କରିଥିଲେ । ଟ୍ବିଟ କରି କହିଥିଲେ କି ଜୁଲାଇ ମାସ ଆସିଗଲା ହେଲେ ଟିକା ଆସିଲା ନାହିଁ ।