ଓଡିଶା

odisha

ETV Bharat / bharat

Nadia Rape Case: ଅଡୁଆରେ ଦିଦି, ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ନୁହନ୍ତି କହିଲେ ନିର୍ଭୟାଙ୍କ ମାଆ - ନାଦିଆ ଦୁଷ୍କର୍ମ ମାମଲା

କୋଲକାତା ନାଦିଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଡୁଆରେ ପଡିଛନ୍ତି । ମମତା ଦେଇଥିବା ବିବାଦୀୟ ବୟାନରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମାଆ । ଅଧିକ ପଢନ୍ତୁ

ବିବାଦୀୟ ବୟାନ ପାଇଁ ଆଡୁଆରେ ମମତା
ବିବାଦୀୟ ବୟାନ ପାଇଁ ଆଡୁଆରେ ମମତା

By

Published : Apr 13, 2022, 1:58 PM IST

ନୂଆଦିଲ୍ଲୀ:କୋଲକାତା ନାଦିଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଡୁଆରେ ପଡିଛନ୍ତି । ମମତା ଦେଇଥିବା ବିବାଦୀୟ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମାଆ। ସେ କହିଛନ୍ତି ଯେ, ଜଣେ ମହିଳା ହୋଇ ଦୁଷ୍କର୍ମ ପୀଡ଼ିତାଙ୍କ ବିଷୟରେ ଏଭଳି କହିବା ଶୋଭା ପାଉନାହିଁ। ଏଭଳି ଚିନ୍ତାଧାରା ରଖିଥିବା ମହିଳା ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗ୍ୟ ନୁହନ୍ତି।

‘ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି। ଏହି ଆସନରେ ବସିବା ପାଇଁ ତାଙ୍କର ଅଧିକାର ନାହିଁ। ଦୁଷ୍କର୍ମକୁ ନେଇ ସମ୍ବେଦନଶୀଳ ନଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି’ କହି ମମତାଙ୍କ ଉପରେ ବର୍ଷିଛନ୍ତି ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ପୀଡିତା ନିର୍ଭୟାଙ୍କ ମାଆ ଆଶା ଦେବୀ ।

ସୂଚନା ଅନୁସାରେ, ନାଦିଆ ଜିଲ୍ଲାରେ ହୋଇଥିବା ଜଣେ ନାବାଳିକାର ଦୁଷ୍କର୍ମ ଘଟଣାକୁ ନେଇ ନିକଟରେ ଦିଦି ଏକ ବିବାଦୀୟ ବୟାନ ଦେଇଥିଲେ। ଦିଦି କହିଥିଲେ ଯେ, ଦୁଷ୍କର୍ମ ପାଇଁ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ନେଇ ସେମାନେ କାହାଣୀ ଶୁଣାଉଛନ୍ତି। ଆପଣମାନେ ଏହାକୁ ଦୁଷ୍କର୍ମ କହିବେ କି? ସେ ମୃତ୍ୟୁ ପୂର୍ବରୁ ଗର୍ଭବତୀ ଥିଲେ କି? ତାଙ୍କର କାହା ସହ ପ୍ରେମ ସଂପର୍କ ଥିଲା କି? ଏ ବିଷୟରେ କେହି ଯାଞ୍ଚ କରିଛନ୍ତି ନାଁ ନାହିଁ। ମୁଁ ଶୁଣିବାକୁ ପାଇଛି ଯେ, ପୀଡ଼ିତାର କାହା ସହ ପ୍ରେମ ସଂପର୍କ ଥିଲା । ଏବେ ଘଟଣା ପରେ ପୋଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଥିଲେ ମମତା । ଏପରି ବିବାଦୀୟ ବୟାନ ଦେଇ ଅଡୁଆକୁ ନିମନ୍ତ୍ରଣ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ସେ ଆହୁରି କହିଥିଲେ ନାବାଳିକାର ପ୍ରେମ ସମ୍ପର୍କ ଥିଲା ପରିବାର ଏ ବିଷୟରେ ଜାଣିଥିଲେ। ଯଦି ପ୍ରେମୀଯୁଗଳ ସଂପର୍କରେ ଅଛନ୍ତି, ତେବେ ମୁଁ ସେମାନଙ୍କୁ ରୋକିପାରିବି ନାହିଁ? ଏହା ୟୁପି ନୁହେଁ, ଆମେ ଏଠାରେ ଲଭ୍ ଜିହାଦ୍ କରୁ ନାହୁଁ । ଏହା ହେଉଛି ସେମାନଙ୍କର ବ୍ୟକ୍ତିଗତ ସ୍ବାଧୀନତା । ମମତାଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ABOUT THE AUTHOR

...view details