ଓଡିଶା

odisha

ETV Bharat / bharat

ଅବଦୁଲ୍ଲା ପାକିସ୍ତାନ ସହ ଆଲୋଚନା ଚାହୁଁଛନ୍ତି, ସେଠାରେ ରହିଯାଆନ୍ତୁ: ପ୍ରହ୍ଲାଦ ଯୋଶୀ - କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନ୍ୟୁଜ

ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା ନେଇ ଫାରୁକ ଅବଦୁଲ୍ଲାଙ୍କ ଭାରତ ସରକାରଙ୍କୁ ପାକିସ୍ତାନ ସହ ଆଲୋଚନା କରିବା ପ୍ରସ୍ତାବକୁ ତୀବ୍ର ସମାଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଅଧିକ ପଢନ୍ତୁ

ଫାରୁକ ଅବଦୁଲ୍ଲା ପାକିସ୍ତାନ ସହ ଆଲୋଚନା କରିବାକୁ ଚାହୁଁଥିଲେ, ସେଠାରେ ରହିଯାଆନ୍ତୁ: Union Minister Prahlad Joshi
ଫାରୁକ ଅବଦୁଲ୍ଲା ପାକିସ୍ତାନ ସହ ଆଲୋଚନା କରିବାକୁ ଚାହୁଁଥିଲେ, ସେଠାରେ ରହିଯାଆନ୍ତୁ: Union Minister Prahlad Joshi

By

Published : Dec 14, 2021, 5:55 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା ନେଇ ଫାରୁକ ଅବଦୁଲ୍ଲା (Farooq Abdullah)ଙ୍କ ଭାରତ ସରକାରଙ୍କୁ ପାକିସ୍ତାନ ସହ ଆଲୋଚନା କରିବା ପ୍ରସ୍ତାବକୁ ତୀବ୍ର ସମାଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Union Minister Prahlad Joshi ) । ଅବଦୁଲ୍ଲା ବାରମ୍ବାର ପାକିସ୍ତାନ ସହ ଆଲୋଚନା କରିବାକୁ ଚାହୁଁଛନ୍ତି । ଯଦି ସେ ପାକିସ୍ତାନକୁ ଏତେ ଭଲ ପାଉଛନ୍ତି, ତେବେ ସେ ସେଠାରେ ରହିଯାଉନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଯୋଶୀ ।

ତେବେ ଗତକାଲି(ସୋମବାର) ସନ୍ଧ୍ୟାରେ ଆତଙ୍କୀ ହମଲାରେ ଜମ୍ମୁ କାଶ୍ମୀରରେ ୩ ଜଣ ପୋଲିସ ଶହୀଦ ହେବା ସହ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ବିଭିନ୍ନସ୍ତରରୁ ସମବେଦନା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିବାବେଳେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (National Conference) ସଭାପତି ଫାରୁକ ଅବଦୁଲ୍ଲା (Farooq Abdullah) ଭାରତ ସରକାରଙ୍କୁ ଦାୟୀ କରିଛନ୍ତି ।

ସେ କହିଛନ୍ତି ଯେ, 'ସରକାର କାହିଁକି ପାକିସ୍ତାନ ସହ ଆଲୋଚନା କରୁନାହାନ୍ତି । ଚୀନ ସହ ଯେପରି ଆଲୋଚନା କରୁଛନ୍ତି, ସହିପାରି ପାକିସ୍ତାନ ସହ ଆଲୋଚନା କରିବା ଉଚିତ । ମୁଁ ପାକିସ୍ତାନ ସହ ଆଳୋଚନାକୁ ସମର୍ଥନ କରୁଛି ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଦେଶକୁ ଏକ ସାହସୀ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ରହିଛି । ଯିଏକି ଧର୍ମ ଆଧାରରେ ରାଜନୀତି କରିବା ପରିବର୍ତ୍ତେ ଦେଶବାସୀଙ୍କୁ ଏକାଠି ବାନ୍ଧିପାରିବେ ।'

ଏହା ମଧ୍ୟ ପଢନ୍ତୁ:- Farooq Abdullah: ଦେଶକୁ ଜଣେ ସାହାସୀ ପ୍ରଧାନମନ୍ତ୍ରୀ ଦରକାର

ତେବେ ଫାରୁକ ଅବଦୁଲ୍ଲାଙ୍କ ଏପରି ବୟାନ ପରେ କଡା ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପହ୍ଲାଦ ଯୋଶୀ । ଅବଦୁଲ୍ଲା ବାରମ୍ବାର ପାକିସ୍ତାନ ସହ ଆଲୋଚନା କରିବାକୁ ପରାମର୍ଶ ଦେଉଛନ୍ତି । ଯଦି ସେ, ପାକିସ୍ତାନକୁ ଏତେ ଭଲ ପାଉଛନ୍ତି ତେବେ ସେଠାରେ ରହିଯାଉନାହାନ୍ତି କାହିଁକି ବୋଲି ଯୋଶୀ କଟାକ୍ଷ କରି କହିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି(ସୋମବାର) ସନ୍ଧ୍ୟାରେ ଜମ୍ମୁ କାଶ୍ମୀରର ଜେୱାନ ଅଞ୍ଚଳରେ ଇଣ୍ଡିଆନ୍ ରିଜର୍ଭ ପୋଲିସ୍ (IRP)ର ୯ମ ବାଟାଲିୟନର ଯବାନମାନେ ଏକ ବସରେ ଯାଉଥିଲେ । ଏହି ସମୟରେ ପୋଲିସ ବସ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ (Terror attack on a Police bus in Srinagar) । ଫଳରେ ୩ ଜଣ ପୋଲିସ କର୍ମଚାରୀ ଶହୀଦ ହୋଇ ଥିବାବେଳେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି ।

@ANI

ABOUT THE AUTHOR

...view details