ନୂଆଦିଲ୍ଲୀ:ସୋମବାର ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନର ମତଦାନ ପ୍ରକ୍ରିୟା । ଆସନ୍ତା ୨୧ରେ ବାହାରିବ ଫଳାଫଳ । ଗତକାଲି ସଂସଦରେ ଭୋଟ ଦେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଓଡିଶାର କୋରାପୁଟ ଜିଲ୍ଲାର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ରାଷ୍ଟ୍ରପତି ନିର୍ବାଚନରେ ଯଦି ଦ୍ରୌପଦୀ ମୁର୍ମୁ ବିଜୟୀ ହୁଅନ୍ତି ତେବେ ମୁଁ ଖୁସି ହେବି । ନୂଆଦିଲ୍ଲୀରେ ଇଟିଭି ଭାରତକୁ ସାକ୍ଷାତକାର ଦେଇ ଏପରି ମତ ରଖିଛନ୍ତି କୋରାପୁଟ ସାଂସଦ ।
ସାକ୍ଷାତକାରରେ ସେ କହିଛନ୍ତି ଯେ, ''ପ୍ରଥମ ଥର ପାଇଁ ଭୋଟ ଦେଇ ବହୁତ ଖୁସି ଅଛି, NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିର୍ବାଚନରେ ବିଜୟୀ ହୋଇ ରାଇସିନାକୁ ଆସିବା ଉଚିତ ।" ସେ ଆହୁରୁ ମଧ୍ୟ କହିଛନ୍ତି, ''ମୁଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବାକୁ ଉତ୍ସାହିତ ଥିଲି । ଏହା କେବଳ ମୋର ଭୋଟ୍ ନୁହେଁ, ବରଂ ଏହା ମୋ ନିର୍ବାଚନମଣ୍ଡଳୀର 16 ଲକ୍ଷ ଲୋକଙ୍କ ଭୋଟ୍ ।'' ସୋମବାର ରାଷ୍ଟ୍ରପତି ନିର୍ବାଚନ ପଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଥିବାବେଳେ 21 ତାରିଖରେ ଭୋଟ ଗଣତି ତାରିଖ ରହିଛି ।