ଓଡିଶା

odisha

ETV Bharat / bharat

ବିଜୟନଙ୍କ ବିସ୍ଫୋରକ ବୟାନ, ତୃତୀୟ ଥର ପାଇଁ BJP କ୍ଷମତାକୁ ଆସିଲେ ଦେଶକୁ ବିପଦ - ବିଜେପିକୁ ଟାର୍ଗେଟ କଲେ କେରଳ ମୁଖ୍ୟମନ୍ତ୍ରୀ

ବିଜେପି ୨୦୨୪ରେ କ୍ଷମତାକୁ ଆସିଲେ ଦେଶ ପାଇଁ ବିପଦ ସୃଷ୍ଟି ହେବ କହିଲେ କେରଳ ମୁଖ୍ୟମନ୍ତ୍ରୀ । କହିଲେ ଧର୍ମ ଆଧାରରେ ରାଷ୍ଟ୍ର ନିର୍ମାଣ କରିବାକୁ ଚାହୁଁଛି ବିଜେପି । ଅଧିକ ପଢନ୍ତୁ

ବିଜୟନଙ୍କ ବିସ୍ଫୋରକ ବୟାନ, ତୃତୀୟ ଥର ପାଇଁ BJP କ୍ଷମତାକୁ ଆସିଲେ ଦେଶକୁ ବିପଦ
ବିଜୟନଙ୍କ ବିସ୍ଫୋରକ ବୟାନ, ତୃତୀୟ ଥର ପାଇଁ BJP କ୍ଷମତାକୁ ଆସିଲେ ଦେଶକୁ ବିପଦ

By ETV Bharat Odisha Team

Published : Oct 8, 2023, 7:18 PM IST

ଥିରୁଅନନ୍ତପୁରମ:କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଦେଶର ବିବିଧତାକୁ ନଷ୍ଟ କରିବାକୁ ବସିଛି । କେବଳ ଧର୍ମ ଆଧାରରେ ରାଷ୍ଟ୍ର ନିର୍ମାଣ କରିବାକୁ ଯୋଜନା ରଖିଛି । ଭାରତୀୟ ଜନତା ପାର୍ଟି ଯଦି ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସେ, ତେବେ ଏହା ଦେଶ ପାଇଁ ବିପଦ ବୋଲି କହିଛନ୍ତି, ଦକ୍ଷିଣ ରାଜନୀତିର ଅନ୍ୟତମ ଭେଟେରାନ ତଥା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ।

ଉତ୍ତର କେରଳ ଜିଲ୍ଲାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜୟନ । ଉଭୟ ଭାରତୀୟ ଜନତା ପାର୍ଟି ଓ ଏହାର ମୂଳ ଆଦର୍ଶବାଦ ସଂଗଠନ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ଉପରେ ବର୍ଷିଛନ୍ତି । ବିଜେପି ଦେଶର ସାଂସ୍କୃତିକ ବିବିଧତାକୁ ଧ୍ବଂସ କରି କେବଳ ଧର୍ମ ଆଧାରରେ ରାଷ୍ଟ୍ର ନିର୍ମାଣ କରିବାକୁ ଚାହୁଁଛି । ତଳିତ ନିର୍ବାଚନ (୨୦୨୪)ରେ ବିଜେପି ଯଦି ତୃତୀୟ ଥର ପାଇଁ କ୍ଷମତାକୁ ଆସେ ତାହା ଦେଶ ପାଇଁ ବଡ ବିପଦ ଆଣିବ । ନିର୍ବାଚନ ପରେ ଅନୁତାପ କରିବାର କୌଣସି ପ୍ରାସଙ୍ଗିକତା ରହିବ ନାହିଁ ବୋଲି ମଧ୍ୟ ବିଜୟନ କହିଛନ୍ତି ।

ତେବେ ଦେଶର ବିଭିନ୍ନ ସ୍ଥାନରେ ଏବେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳୁଥିବା ମଧ୍ୟ ସେ ଅଭିଯୋଗ କରଛନ୍ତି । କେତେବେଳେ ଗାଈକୁ ନେଇ ତ, କେତେବେଳେ କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟକୁ ନେଇ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳୁଛି । କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ନାଗରିକଙ୍କୁ ଦେଶର ଶତ୍ରୁ ଭାବେ ମଧ୍ୟ ଅବିହିତ କରାଯାଉଥିବା ମଧ୍ୟ ବିଜୟନ ଅଭିଯୋଗ କରିଛନ୍ତି । ଭାରତୀୟ ଜନତା ପାର୍ଟି ଏପରି କରି ରାଜନୀତି କରୁଥିବା କହିବା ସହ ୨୦୨୪ ରେ ଦେଶ ପାଇଁ ବିଜେପିର କ୍ଷମତା ହାସଲ କରିବା ବିପଜ୍ଜନକ ହେବା ନେଇ ବିଜୟନ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Caste census: ଆସାମରେ ଜାତିଭିତ୍ତିକ ଜନଗଣନା ଲାଗି କଂଗ୍ରେସ ସାଂସଦ ଗୋଗେଇଙ୍କ ଦାବି

ଗତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କେରଳରେ ନିର୍ବାଚନ ଲଢିଥିଲା । ମେଟ୍ରୋମ୍ୟାନ ତଥା ପ୍ରଖ୍ୟାତ ଇଂଞ୍ଜିନିୟର ଏସ.ଶ୍ରୀଧରନଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ମୈଦାନକୁ ଓହ୍ଲାଇଥିଲେ ସୁଦ୍ଧା ରାଜ୍ୟରେ ଖାତା ଖୋଲି ପାରିନଥିଲା । କେବଳ କେରଳ ନୁହେଁ ବରଂ ଅନ୍ୟ ଦକ୍ଷିଣ ରାଜ୍ୟଗୁଡିକରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷାକୃତ ଅତି ଦୁର୍ବଳ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details