ଦିଲ୍ଲୀ: ଦିଲ୍ଲୀ ସୀମାପୁରୀ ଇଲାକସ୍ଥିତ ଏକ ଘରୁ ଜବତ ହେଲା ବିସ୍ଫୋରକ IED । ଆଜି ସଂଧ୍ୟା 5ଟାରେ ଏକ ଘରୁ ଦିଲ୍ଲୀ ପୋଲିସ ଏହି ବିସ୍ଫୋରକ IED ଜବତ କରି ନିଷ୍କ୍ରିୟ କରିଛି । ଘଟଣାକୁ ନେଇ ପୁରା ଜାତୀୟ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ଦିଲ୍ଲୀ ପୋଲିସ ସୂଚନା ଅନୁସାରେ ସୀମାପୁରୀ ଇଲାକସ୍ଥିତ D-49 ଘରୁ ଏହି ବିସ୍ଫୋରକ ମିଳିଛି । ଅନ୍ୟ ଏକ ମାମଲା ଯାଞ୍ଚ କରୁ କରୁ ଦିଲ୍ଲୀ ପୋଲିସ ଏହି ଘରେ ଚଢାଉ କରିବା ସହ IED ଜବତ କରିଛି । ତେବେ ଘଟଣାସ୍ଥଳରୁ 4 ଜଣ ସନ୍ଦିଗ୍ଧ ଫେରାର ହୋଇଯାଇଛନ୍ତି ।
ଘଟଣା ସ୍ଥଳରେ National Security Guard ଏନଏସଜି ପହଞ୍ଚି ବିସ୍ପୋରକ IEDକୁ ଘଟଣାସ୍ଥଳରୁ ଉଦ୍ଧାର କରି ନିଷ୍କ୍ରିୟ କରିଛି । ପୋଲିସ ସୂଚନା ଅନୁସାରେ D-49 ଘରୁ ଏକ ସନ୍ଦିଗ୍ଧ ବ୍ୟାଗ ମିଳିଥିଲା । ଯେଉଁଥିରେ ବିସ୍ପୋରକ IED ଥିଲା । ଯେଉଁ ଘରୁ IED ଉଦ୍ଧାର ହୋଇଛି ସେହି ଘରେ 4 ରୁ 5 ଜଣ ଯୁବକ ଭଡାରେ ରହୁଥିଲେ । ଯେଉଁମାନେ ବର୍ତ୍ତମାନ ଫେରାର ହୋଇଯାଇଛନ୍ତି ।