ରାୟପୁର:ଛତିଶଡ ବିଜାପୁରରେ ଆଇଡି ବିସ୍ଫୋରଣ ହୋଇଛି । ଏଥିରେ 2ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନକ୍ସଲ ଏକ ବଡ ଧରଣର ଯୋଜନା କରିଥିବା ଅନୁମାନ କରାଯାଉଛି । ଆହତ ଦୁଇ ଯବାନ ସିଆରଫିଏଫ 85 ବାଟାଲିୟନର। ଉଭୟଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ସୌଭାଗ୍ୟବଶତଃ ଯବାନଙ୍କର ବିଶେଷ କ୍ଷତି ହୋଇନାହିଁ । ବର୍ତ୍ତମାନ ଉଭୟ ଚିକିତ୍ସିତ ହେଉଛନ୍ତି ।
ଆଇଡି ବିସ୍ଫୋରଣ ନେଇ ବିଜାପୁର ଏସପି ଅଞ୍ଜନେୟ ଭାସନେ କହିଛନ୍ତି,'' ବିଜାଲୁର ଗଙ୍ଗାଲୁର ଥାନା ଅଞ୍ଚଳରେ ଘଟଣା ଘଟିଛି । ନକ୍ସଲମାନେ ଏହି ଆଇଡି ଲଗାଇଥିଲେ । ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରାଯାଇଛି । ସକାଳ ପ୍ରାୟ 10ଟା 30ରେ ବିସ୍ଫୋରଣ ହୋଇଥିଲା । ପୁସନାର କ୍ୟାମ୍ପରୁ ଅପରେସନରେ ବାହାରିଥିଲେ ଯବାନ । ବଡ ଧରଣର ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲେ ନକ୍ସଲ । ''
ଏହା ବି ପଢନ୍ତୁ...ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ, 32 ବର୍ଷ ପରେ ବାହୁବଳିର ହେଲା ହିସାବ
ଏହା ବି ପଢନ୍ତୁ...ଫିଲ୍ମଫେୟାର ଆୱାର୍ଡକୁ ନେଇ ଏମିତି କହିଲେ ନାସିରୁଦ୍ଦିନ ଶାହା
ପ୍ରକାଶଥାଉ କି, ଗତ ଏପ୍ରିଲ 26ରେ ଦନ୍ତେୱାଡା ଆରନପୁର ଥାନା ଅଧୀନରେ ନକ୍ସଲ ଆକ୍ରମଣରେ 10ଜଣ ଯବାନ ଶହୀଦ ହୋଇଥିଲେ । ଶହୀଦ ଯବାନମାନେ ଜିଲ୍ଲା ରିଜର୍ଭ ଗାର୍ଡ (DRG)ର ଯବାନ ଓ ସେମାନେ ଏକ କମ୍ବିଂ ଅପରେସନରେ ବାହାରିଥିଲେ । ଏହି ସମୟରେ ନକ୍ସଲ ଆକ୍ରମଣର ଶିକାର ହୋଇଥିଲେ । ଆରନପୁର ଜଙ୍ଗଲ ରାସ୍ତରେ ଆଇଡି ଖଞ୍ଜିଥିଲେ ନକ୍ସଲ । ଜିଲ୍ଲା ରିଜର୍ଭ ଫୋର୍ସ ଯବାନଙ୍କୁ ନେଇ ଯାଉଥିବା ଭ୍ୟାନ ବିସ୍ଫୋରଣରେ ଉଡିଯାଇଥିଲା । ନିକଟ ଅତୀତରେ ମଧ୍ୟ ବିଜାପୁର ଓ ସୁକମାରେ ଏକାଧିକ ମାଓ ହମଲାର ନଜିର ରହିଛି । କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ନକ୍ସଲମାନେ ଆଇଡି ବିସ୍ଫୋରଣ କରିଛନ୍ତି ।
ବ୍ୟାପକ ନକ୍ସଲ ବିରୋଧୀ ଅପରେସନ ସତ୍ତ୍ବେ ମଧ୍ୟ ଛତିଶଗଡର ଦନ୍ତେଓ୍ବାଡା, ସୁକମା ଓ ବିଜାପୁର ପରି ଅଞ୍ଚଳକୁ ନକ୍ସଲଙ୍କ ପ୍ରଭାବରୁ ମୁକ୍ତ କରାଯାଇ ପାରିନାହିଁ । କେନ୍ଦ୍ରୀୟ ଓ ଜିଲ୍ଲା ପୋଲିସ ଫୋର୍ସ ସହ ନିୟମିତ କମ୍ବିଂ ଅପରେସନ କରାଯାଉଛି । ନକ୍ସଲମାନେ ମଧ୍ୟ ସେମାନଙ୍କ ଉପସ୍ଥିତି ଓ ପ୍ରଭାବ ହାଜିର କରିବା ପାଇଁ ପୋଲିସ ଫୋର୍ସକୁ ଟାର୍ଗେଟ କରୁଛନ୍ତି । ପୁଣି ଆଇଡି ଖଞ୍ଜି ଏକ ବଡ ଧରଣର ବିସ୍ଫୋରଣ କରିବାକୁ ଟାର୍ଗେଟ କରିଥିଲେ ।