ଶ୍ରୀନଗର: କାଶ୍ମୀରରେ ପୋଲିସକୁ ସଫଳତା ମିଳିଛି। 10 କେଜିର ଆଇିଇଡି ଜବତ କରିବା ସହ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଆଇଇଡି ବିସ୍ପୋରଣ ଘଟାଇବା ନେଇ ଯୋଜନା କରୁ୍ଥିବା ଇନପୁଟ ସୂଚନା ମିଳିବା ପରେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖିବା ସହ ପଚରାଉଚରା ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ କରିବା ପାଇଁ ଯୋଜନା କରୁଥିବା ଗୁଇନ୍ଦା ଇନପୁଟ ପକ୍ଷରୁ ସୂଚନା ମିଳିଥିଲା । ପରେ ଏହି ଇନପୁଟ ସୂଚନା ଆଧାରରେ ଆତଙ୍କବାଦୀଙ୍କୁ ଠାବ କରିିବା ପାଇଁ ଅପରେସନ ଆରମ୍ଭ କରିଥିଲା ଜମ୍ମୁ କାଶ୍ମୀର ପୋଲିସ ।