ପାଟନା: ୨୭ ବର୍ଷ ପରେ ଅଷ୍ଟଧାତୁରେ ନିର୍ମିତ ଭଗବାନ ହନୁମାନ ଓ ସନ୍ଥ ବରବର ସ୍ବାମୀଙ୍କ ମୂର୍ତ୍ତିକୁ ବିହାରର ବଦରା ଉପଖଣ୍ଡ ଅନ୍ତର୍ଗତ କୃଷ୍ଣାଗଡ଼ ଥାନାର ମାଲଖାନାରୁ ବାହାର କରାଯାଇଛି । ବିହାରର ଆରା ସିଭିଲ କୋର୍ଟ ଏଡିଜେ ସତେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି । ଥାନା ବାହାରେ ପ୍ରବଳ ସଂଖ୍ୟାରେ ସମାଗମ ହୋଇଥିବା ଭକ୍ତ ଭଗବାନଙ୍କ ମୂର୍ତ୍ତି ଗୁଡ଼ିକର ପୂଜା କରିବା ପରେ ଶୋଭାଯାତ୍ରାରେ ବାହାରିଥିଲେ । ଏହି ମୁର୍ତ୍ତିକୁ ନେଇ ଗୁଣ୍ଡି ଗ୍ରାମସ୍ଥିତ ଶ୍ରୀରଙ୍ଗନାଥଙ୍କ ମନ୍ଦିରରେ ପୁନଃ ସ୍ଥାପିତ କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ...Rath Yatra 2023: ଜୁନ 20 ରେ ଶ୍ରୀଜୀଉଙ୍କ ଘୋଷଯାତ୍ରା, ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ
୨୭ ବର୍ଷ ପରେ ଥାନାରୁ ମୁକୁଳିଲେ ଭଗବାନ: ସୂଚନା ଅନୁସାରେ ଭଗବାନଙ୍କ ମୂର୍ତ୍ତିକୁ ଥାନାରୁ ମୁକୁଳାଇବାରେ ବିହାର ଧାର୍ମିକ ନ୍ୟାସ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଆଚାର୍ଯ୍ୟ କିଶୋର କୃଣାଲ ଓ ଆରା ସିଭିଲ କୋର୍ଟର ଅଧିବକ୍ତା ଅଜିତ କୁମାର ଦୁବେଙ୍କ ସହିତ ଗ୍ରାମବାସୀଙ୍କର ମଧ୍ୟ ଅନେକ ସହଯୋଗ ରହିଛି । ସମସ୍ତଙ୍କ ସହଯୋଗରେ ଏବେ ଅଷ୍ଟଧାତୁରେ ନିର୍ମିତ ଭଗବାନଙ୍କ ମୂର୍ତ୍ତି ଗୁଡ଼ିକୁ ପ୍ରାୟ ୨୭ ବର୍ଷ ପରେ ଥାନାରୁ ମୁକୁଳାଇ ତାଙ୍କର ପୂର୍ବ ଆସ୍ଥାନରେ ସ୍ଥାପିତ କରାଯିବ ।