ଚେନ୍ନାଇ:୫୦ ବର୍ଷ ତଳେ ଚୋରି ହୋଇଥିବା ମାଆ ପାର୍ବତୀଙ୍କ ମୂର୍ତ୍ତିକୁ ଉଦ୍ଧାର କଲା ତାମିଲନାଡୁ ପୋଲିସ । କୁମ୍ବାକୋନମ ମନ୍ଦିରରୁ ଚୋରି ହୋଇଥିବା ଏହି ମୂର୍ତ୍ତିକୁ ଆମେରିକାର ନ୍ୟୁୟର୍କରୁ ଉଦ୍ଧାର କରିଛି ତାମିଲନାଡୁ ପୋଲିସର CID ୱିଙ୍ଗ । ନ୍ୟୁୟର୍କର ବୋନହମ୍ସ ଅକ୍ସନ ହାଉସରୁ ମୂର୍ତ୍ତି ମିଳିଥିବା CID ୱିଙ୍ଗ କହିଛି । ୧୯୭୧ ମସିହାରେ ନାଦାନାପୁରେଶ୍ବର ଶିବ ମନ୍ଦିରରୁ ମାଆ ପାର୍ବତୀଙ୍କ ମୂର୍ତ୍ତି ଚୋରି ହେବାନେଇ ସ୍ଥାନୀୟ ପୋଲିସକୁ ଅଭିଯୋଗ କରାଯାଇଥିଲା । ୨୦୧୯ରେ କେ.କେ ବାସୁଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା ।
ତାମିଲନାଡୁରୁ ଚୋରି ଦେବୀ ପାର୍ବତୀଙ୍କ ପ୍ରତିମୂର୍ତ୍ତି ନ୍ୟୁୟର୍କରେ ଠାବ - ପାର୍ବତୀଙ୍କ ମୂର୍ତ୍ତିକୁ ଉଦ୍ଧାର
୫୦ ବର୍ଷ ତଳେ ଚୋରି ହୋଇଥିବା ମାଆ ପାର୍ବତୀଙ୍କ ମୂର୍ତ୍ତିକୁ ଆମେରିକାରୁ ଉଦ୍ଧାର କଲା ତାମିଲନାଡୁ ପୋଲିସ । ଅଧିକ ପଢନ୍ତୁ
Idols Smuggling: 5୦ ବର୍ଷ ପୂର୍ବେ ଚୋରି ହୋଇଥିବା ମୂର୍ତ୍ତି ଆମେରିକାରୁ ଠାବ
ଏହାପରେ ଅନୁସନ୍ଧାନ ଆରମ୍ଭ କରିଥିଲା ପୋଲିସ । ବିଦେଶର ବିଭିନ୍ନ ସଂଗ୍ରହାଳୟ ଏବଂ ଅକ୍ସନ ହାଉସରେ ବ୍ରାଉଜିଂ କରିବା ପରେ ଏହି ମୂର୍ତ୍ତି ସେଠାରେ ଥିବା ଜଣାପଡ଼ିଥିଲା । ଅନୁସନ୍ଧାନ ପରେ ବୋନହମ୍ସ ଅକ୍ସନ ହାଉସରୁ ମୂର୍ତ୍ତି ମିଳିଥିଲା । ଏହି ତମ୍ବାର ମୂର୍ତ୍ତିଟି ଦ୍ବାଦଶ ଶତାବ୍ଦୀର ହୋଇଥିବା ଜଣାପଡ଼ିଛି । ଯାହାର ଉଚ୍ଚତା ପ୍ରାୟ ୫୨ ସେମି ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧,୬୮,୨୬,୧୪୩ ଟଙ୍କା ହେବ ।