ଓଡିଶା

odisha

By

Published : Jul 23, 2021, 4:26 PM IST

ETV Bharat / bharat

ଶନିବାର ପ୍ରକାଶ ପାଇବ CISCE ପରୀକ୍ଷା ରେଜଲ୍ଟ

ICSE ଦଶମ ISC ଦ୍ବାଦଶ ରେଜଲ୍ଟର ତାରିଖ ଘୋଷଣା । ରେଜଲ୍ଟ (CISCE ICSE, ISC Result 2021) ବୋର୍ଡର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ...

ଶନିବାର ପ୍ରକାଶ ପାଇବ CISCE ପରୀକ୍ଷା ରେଜଲ୍ଟ
ଶନିବାର ପ୍ରକାଶ ପାଇବ CISCE ପରୀକ୍ଷା ରେଜଲ୍ଟ

ନୂଆଦିଲ୍ଲୀ: କାଉନସିଲ ଅଫ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା(CISCE)ର ICSE ଦଶମ ISC ଦ୍ବାଦଶ ରେଜଲ୍ଟର ତାରିଖ ଘୋଷଣା କରାଯାଇଛି । ଶନିବାର ଦିନ 3ଟାରେ ଏକାସହ ଦଶମ ଓ ଦ୍ବାଦଶ ରେଜଲ୍ଟ ପ୍ରକାଶ କରାଯିବ ।

ରେଜଲ୍ଟ (CISCE ICSE, ISC Result 2021) ବୋର୍ଡର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ । ଏହାସହ ଏସଏମଏସ ଜରିଆରେ ମଧ୍ୟ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।

ସିବିଏସଇ ପରୀକ୍ଷା ବାତିଲ ପରେ ଆଇସିଏସଇ ବୋର୍ଡର କାଉନସିଲ ଅଫ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଅଧିନରେ ଥିବା ଉଭୟ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ କରାଯାଇଥିଲା । 31 ଜୁଲାଇ ସୁଦ୍ଧା ଦ୍ବାଦଶ ରେଜଲ୍ଟ ଜାରି ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ନୀତି ଉପରେ ଆଧାର କରି ବୋର୍ଡ ICSE ଏବଂ ISC ରେଜଲ୍ଟ 2021 ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲା । ବୋର୍ଡ ICSE ରେଜଲ୍ଟ 2021 ପ୍ରସ୍ତୁତ କରିବା ପାଇଁ ନବମ ଏବଂ ଶ୍ରେଣୀ ଦଶମ ମିଡ୍‌ଟର୍ମ ପରୀକ୍ଷଣର ମାର୍କକୁ ମିଶାଇଥିଲା । ଏଥି ସହିତ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ଏକାଦଶ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ମିଡଟର୍ମ ପରୀକ୍ଷାର ମାର୍କରୁ ପ୍ରସ୍ତୁତ ହୋଇଛି ।

ବୋର୍ଡର ଛାତ୍ରମାନେ ସେମାନଙ୍କ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ଲିଖିତ ପରୀକ୍ଷା ଦେଇପାରିବେ । CISCE ସୁପ୍ରିମକୋର୍ଟଙ୍କୁ କହିଛି ଛାତ୍ରମାନେ ଲିଖିତ ପରୀକ୍ଷା ଦେଇପାରିବେ । ପରିସ୍ଥିତି ଅନୁକୂଳ ରହିଲେ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ପରୀକ୍ଷା ।

ABOUT THE AUTHOR

...view details