ନୂଆଦିଲ୍ଲୀ: ଦେଶରେ ଆଉଥରେ ଆରମ୍ଭ ହେବ ସେରୋ ସର୍ଭେ । କୋରୋନା ସଂକ୍ରମଣ ହାର ଏବଂ କେଉଁ କେଉଁ ଅଞ୍ଚଳରେ ଏହା ଅଧିକ କାୟା ବିସ୍ତାର କରିଛି ଏବଂ କେଉଁମାନଙ୍କୁ ଅଧିକ ଆକ୍ରାନ୍ତ କରିଛି ଏସବୁ ତଥ୍ୟ ଜାଣିବା ପାଇଁ ପୁଣି ଥରେ ଆରମ୍ଭ ହେବ ସେରୋ ସର୍ଭ । ଚଳିତ ମାସରେ ହିଁ ସର୍ଭେ ଆରମ୍ଭ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ତେବେ ଆଇସିଏମଆର ଚଳିତ ମାସରୁ ଜାତୀୟସ୍ତରରେ ସର୍ଭେ ଆରମ୍ଭ କରିବ । ନୀତି ଆୟୋଗ ସଦସ୍ୟ ଭି କେ ପାଲ କହିଛନ୍ତି ଯେ, ' ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ପୂର୍ବ ଅପେକ୍ଷା ସଂକ୍ରମଣରେ ସାମାନ୍ୟ ସୁଧାର ଆସିଛି । ଆଗାମୀ କିଛିଦିନ ପରେ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିପାରେ ।' ମାତ୍ର ଜନ ସାଧାରଣଙ୍କୁ ପୂର୍ବ ପରି ନିୟମ ମାନି, ବିଶେଷ କରି ସାମାଜିକ ଦୂରତା ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି ପଲ୍ ।