ପୁଣେ:କୋରୋନା ଭାଇରସ ପରେ ଏବେ ଦେଶରେ ଚିନ୍ତା ବଢାଇଲାଣି 'ଡେଲଟା ପ୍ଲସ୍' ଭାରିଆଣ୍ଟ। ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶରରେ 'ଡେଲ୍ଟା ପ୍ଲସ୍' ଭାରିଆଣ୍ଟ ରୋଗୀ ଚିହ୍ନଟ କରାଯାଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ଏବଂ ପୁନେରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(NIV) ବର୍ତ୍ତମାନ ଏହି ଭାରିଆଣ୍ଟକୁ ନେଇ ଭାରତରେ ଦିଆଯାଉଥିବା ଟିକାଗୁଡ଼ିକର କାର୍ଯ୍ୟକାରିତା ଉପରେ ଅଧ୍ୟୟନ ଆରମ୍ଭ କରିଛି।
ଭାରତରେ ଉପଲବ୍ଧ କୋଭାକ୍ସିନ ଏବଂ କୋଭିସିଲ୍ଡ ଲୋକଙ୍କୁ ଦିଆଯାଉଥିବା ବେଳେ ଏହା କୋଭିଡର ନୂଆ ଭାରିଆଣ୍ଟ ପାଇଁ କେତେ ପ୍ରଭାବହୀନ ହେବ ତାହା ଉପରେ ଧ୍ୟାନ ଦିଆଯିବ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ସୂଚନା ଅନୁଯାଇ ଭାରତରେ ଉପଲବ୍ଧ ଟିକା ଗୁଡିକ 'ଡେଲ୍ଟା ପ୍ଲସ୍' ଭାରିଆଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ କି ନୁହେଁ ତାହା ଜାଣିବା ପାଇଁ ଅନୁସନ୍ଧାନ କରାଯାଉଛି।