ଓଡିଶା

odisha

ETV Bharat / bharat

Loan Fraud Case: ପୂର୍ବତନ CEO ଚନ୍ଦା କୋଚର ଓ ସ୍ବାମୀ ଦୀପକଙ୍କୁ ଜାମିନ - chanda kochhar grants bail

ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ ଅର୍ଥ ହେରଫେର ମାମଲାରେ ( ICICI videocon loan scam) ଗିରଫ ହୋଇଥିବା ପୂର୍ବତନ CEO ଚନ୍ଦା କୋଚର ଓ ତାଙ୍କ ସ୍ବାମୀଙ୍କୁ ଜାମିନ । ଅଧିକ ପଢନ୍ତୁ

icici videocon loan scam
icici videocon loan scam

By

Published : Jan 9, 2023, 11:48 AM IST

Updated : Jan 9, 2023, 12:09 PM IST

ମୁମ୍ବାଇ:ICICI ବ୍ୟାଙ୍କର ପୂର୍ବତନ CEO ଚନ୍ଦା କୋଚରଙ୍କୁ ଆଶ୍ବସ୍ତି । ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ ଅର୍ଥ ହେରଫେର ମାମଲାରେ ଗିରଫ ( ICICI videocon loan scam) ହୋଇଥିବା ପୂର୍ବତନ ସିଇଓ ଚନ୍ଦା କୋଚର ଓ ସ୍ବାମୀ ଦୀପକ କୋଚରଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହୋଇଥିଲା ଯାଚିକା ଉପରେ ଶୁଣାଣି କରି ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ଚନ୍ଦା କୋଚର ଓ ତାଙ୍କ ସ୍ବାମୀଙ୍କ ଗିରଫଦାରୀ ଆଇନ ଅନୁସାରେ ହୋଇନଥିବା କହିଛନ୍ତି ବମ୍ବେ ହାଇକୋର୍ଟ । ଦୁର୍ନୀତି ନିବାରଣ ଆଇନ ଅନୁସାରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିଛନ୍ତି କୋର୍ଟ । ତେଣୁ ଉଭୟ ଜେଲରୁ ମୁକୁଳିବା ବାଟ ଫିଟଛି । ବ୍ୟକ୍ତିଗତ 1 ଲକ୍ଷ ଟଙ୍କା ମୁଚାଲିକା ବଦଳରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସିବିଆଇ ଅସନ୍ତୋଷ ପ୍ରକାଶ କରିଛି ।

3,250 କୋଟି ଟଙ୍କାର ଦୁର୍ନୀତି: ସୂଚନାଅନୁଯାୟୀ, ICICI ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ବାମୀଙ୍କୁ ଗତ ବର୍ଷ ଡିସେମ୍ବର 23ରେ ସିବିଆଇ ଗିରଫ କରିଥିଲା । ଚନ୍ଦା କୋଚରଙ୍କ ହାତରେ ଆଇସିଆଇସିଆଇ କମାଣ ଥିବା ସମୟରେ ଭିଡିଓକନ ଗ୍ରୁପକୁ ଲୋନ ଦେଇଥିଲେ । ବଦଳରେ ଚନ୍ଦା କୋଚରଙ୍କ ସ୍ବାମୀ ଦୀପକ କୋଚରଙ୍କ କମ୍ପାନୀ ନ୍ୟୁପାଓ୍ଵାର ରିନିଏବଲରେ ଭିଡିଓକନରୁ ନିବେଶ କରିବାକୁ ସୁଯୋଗ ମିଳିଥିଲା । ଭିଡିଓକନ ଗ୍ରୁପକୁ 3,250 କୋଟିର ବ୍ୟାଙ୍କ ଋଣ ଦେବା ମାମଲାରେ ସିବିଆଇ ଡିସେମ୍ବର 23 ତାରିଖ ବିଳମ୍ବିତ ରାତିରେ ଚନ୍ଦା କୋଚର ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା CBI । ଏହାପରେ ଉଭୟଙ୍କୁ ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ରିମାଣ୍ଡରେ ପଠାଇଥିଲେ । ଚନ୍ଦା କୋଚରଙ୍ଗ ନାମରେ ବ୍ୟାଙ୍କ ଋଣ ଦୁର୍ନୀତି ଅଭିଯୋଗ ଆସିବା ପରେ 2018ରେ ICICI ବ୍ୟାଙ୍କ ଏମଡି ଏବଂ ସିଇଓ ପଦ ଛାଡିଥିଲେ । ବ୍ୟାଙ୍କ ତରଫରୁ ଭିଡିଓକନ ଗ୍ରୁପକୁ ଋଣ ଦେବା ତାଙ୍କ ପଦର ଦୂରୁପଯୋଗ କରିଥିବା ଯୋଗୁ ଚନ୍ଦାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା ।

ଏହା ବି ପଢନ୍ତୁ....Loan Fraud Case: ଭିଡିଓକନ ଚେୟାରମ୍ୟାନ ବେଣୁଗୋପାଳ ଧୁତ ଗିରଫ

ଏହି ଋଣ ପ୍ରଦାନ ପରେ ଭିଡିଓକନ ପକ୍ଷରୁ 64 କୋଟି ଟଙ୍କା ନ୍ୟୁପାୱାର୍ ରିନ୍ୟୁଆଲ୍ ପିଭି ଲିମିଟେଡକୁ ହସ୍ତାନ୍ତର କରାଯାଇଥିଲା । ଏହା ସହ ଠିକ୍ ଗୋଟିଏ ଦିନ ପରେ ସେପ୍ଟେମ୍ବର 8, 2009ରେ ଏନଆରଏଲ ଦ୍ବାରା 10.65 କୋଟି ଟଙ୍କାର ଆୟ ହୋଇଥିଲା । ଫଳରେ ମୋଟ 74.65 କୋଟି ଟଙ୍କା କୋଚରଙ୍କ କମ୍ପାନୀ ଗ୍ରହଣ କରିଥିବା ନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ବ୍ୟାଙ୍କ ଋଣ ଦୁର୍ନୀତିରେ ଡିସେମ୍ବର 26 ତାରିଖରେ ଭିଡିଓକନ ଚେୟାନମନ୍ୟାନ ବେଣୁଗୋପାଳ ଧୁତଙ୍କୁ ଗିରଫ କରିଥିଲା ସିବିଆଇ ।

Last Updated : Jan 9, 2023, 12:09 PM IST

ABOUT THE AUTHOR

...view details