ନୂଆଦିଲ୍ଲୀ:ଭାରତୀୟ ବିମାନରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବ୍ୟବସ୍ଥା ବାଧ୍ୟତାମୂଳକ କରିବା କରିବା ନେଇ ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସୁପାରିଶ ପତ୍ର । ଏପରି ଭିନ୍ନ ପ୍ରସ୍ତାବ ନେଇ ସୁପାରିଶ ପତ୍ର ଦେଇଛି ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ(ICCR)। ଆଜି ପରିଷଦର ସଦସ୍ୟମାନେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆଙ୍କୁ ଭେଟି ଏହି ସୁପାରିଶ ପତ୍ର ପ୍ରଦାନ କରିଛନ୍ତି । ଭାରତୀୟ ସଂସ୍କୃତି ଓ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ଭାରତୀୟ ବିମାନରେ ଭାରତୀୟ ସଙ୍ଗୀତ ବାଜିବାକୁ ବାଧ୍ୟତାମୂଳକ କରାଯିବା ନେଇ ସୁପାରିଶ ପତ୍ରରେ ପ୍ରସ୍ତାବ ରହିଛି ।
ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ (ICCR) ହେଉଛି, ଭାରତୀୟ କଳାକାର ତଥା ସଙ୍ଗୀତଜ୍ଞ ଓ କଣ୍ଠଶିଳ୍ପୀମାନଙ୍କ ଏକ ମିଳିତ ସଂଘ । ସଂଘର ଅଧ୍ୟକ୍ଷ ବିଜୟ ସହସ୍ରବୁଦ୍ଧି କହିଛନ୍ତି ଭାରତର ସମସ୍ତ ବିମାନବନ୍ଦରରୁ ଅପରେଟ ହେଉଥିବା ଫ୍ଲାଇଟରେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବା ଦ୍ବାରା ଭାରତୀୟ ସଂସ୍କୃତି ଓ ସଙ୍ଗୀତର ପ୍ରସାର ପ୍ରଚାର ହେବାରେ ସହଜ ହେବ ।