ଓଡିଶା

odisha

By

Published : Apr 23, 2022, 11:03 AM IST

ETV Bharat / bharat

ସରିଲା IAS ଟିନା ଡାବି ଓ ପ୍ରଦୀପଙ୍କ ବିବାହ, ସାମ୍ନାକୁ ଆସିଲା ଫଟୋ

ଆଇଏଏସ୍ ଟିନା ଡାବି ଏବଂ ଆଇଏଏସ୍ ପ୍ରଦୀପ ଗୱାଣ୍ଡେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିବାହର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ସରିଲା IAS ଟିନା ଡାବି ଓ ପ୍ରଦୀପଙ୍କ ବିବାହ, ସାମ୍ନାକୁ ଆସିଲା ଫଟୋ
ସରିଲା IAS ଟିନା ଡାବି ଓ ପ୍ରଦୀପଙ୍କ ବିବାହ, ସାମ୍ନାକୁ ଆସିଲା ଫଟୋ

ହାଇଦ୍ରାବାଦ:ଆଇଏଏସ୍ ଟିନା ଡାବି ଏବଂ ଆଇଏଏସ୍ ପ୍ରଦୀପ ଗୱାଣ୍ଡେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜୟପୁରର ଏକ ପଞ୍ଚ ତାରକା ହୋଟେଲରେ ଦୁହେଁ ପରସ୍ପରର ଜୀବନସାଥୀ ହୋଇଛନ୍ତି । ବିବାହର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଟିନା ଏବଂ ପ୍ରଦୀପ ଧଳା ପୋଷାକରେ ପରସ୍ପରର ସମ୍ମୁଖରେ ଠିଆ ହୋଇଛନ୍ତି । ଖାସ୍‌ କଥା ହେଉଛି ଭୀମରାଓ ଆମ୍ବେଦକରଙ୍କ ଫଟୋ ସାମ୍ନାରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ସୋସିଆଲ ମିଡିଆ

ଫଟୋରେ ପ୍ରଦୀପ ଏବଂ ଟିନାଙ୍କ ବେକରେ ଫୁଲମାଳ ଥିବା ଦେଖାଯାଉଛି । ସୋସିଆଲ ମିଡିଆରେ ଫଟୋ ସେୟାର କରି ଲୋକମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ, କିଛି ଲୋକଙ୍କ ଧ୍ୟାନ ଆମ୍ବେଦକରଙ୍କ ଫଟୋ ଆଡକୁ ମଧ୍ୟ ଯାଇଛି । ପୋଷ୍ଟରେ ଜଣେ ବ୍ୟକ୍ତି ଲେଖିଛନ୍ତି - ବାବା ସାହେବଙ୍କ ଫଟୋ ଦେଖି ଭଲ ଲାଗିଲା ।

ସୋସିଆଲ ମିଡିଆ

ସୂଚନାଯୋଗ୍ୟ ଯେ, ଟିନା ଡାବି UPSC ର ପ୍ରଥମ ଦଳିତ ଟପରର ଟ୍ୟାଗ୍‌ ବି ମିଳିଛି । ସେ 2015 ରେ UPSC ଟପ୍ କରିବା ପରେ ହିଁ ସେ ଜାତିକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ଟିନା ଏକ ସାକ୍ଷାତକାରରେ ମଧ୍ୟ କହିଥିଲେ ଯେ ପ୍ରଦୀପ ତାଙ୍କ ପରି ଏସ୍‌ସି କମ୍ୟୁନିଟିରୁ ଆସିଛନ୍ତି । ଥରେ, ଟିନା କହିଥିଲେ ଯେ ମୁଁ ଆଜି ଯାହା ବି ଅଛି ତାହା ଆମ୍ବେଦକରଙ୍କ କାରଣରୁ । ବାବାସାହେବଙ୍କ ସଂଘର୍ଷ ଦ୍ୱାରା ମୁଁ କ୍ରମାଗତ ଭାବରେ ଅନୁପ୍ରାଣିତ ହୋଇଛି । ବର୍ତ୍ତମାନ ବିବାହ ଅବସରରେ ଆମ୍ବେଦକରଙ୍କ ଫଟୋ ଏହା ଦର୍ଶାଇବାକୁ ଯଥେଷ୍ଟ କି, ଟିନାଙ୍କ ଜୀବନରେ ବାବାସାହେବ କେତେ ଗୁରୁତ୍ୱପୂର୍ଣ୍ଣ ।

ପ୍ରଦୀପ ଏବଂ ଟିନା ଏପ୍ରିଲ୍ 20 ରେ ବିବାହ କରିଥିଲେ । ଗତକାଲି ଜୟପୁରର ହୋଟେଲ ହଲିଡେ ଇନ ଠାରେ ତାଙ୍କର ଗ୍ରାଣ୍ଡ ରିସେପ୍ସନ୍ ଆଯୋଜିତ ହୋଇଥିଲା । ତେବେ ଏହା ହେଉଛି ଟିନା ଡାବିଙ୍କର ଦ୍ୱିତୀୟ ବିବାହ । ଟିନା ଡାବି ପୂର୍ବରୁ ୨୦୧୮ରେ IAS ଅଥର ଖାନଙ୍କୁ ବିବାହ କରିଥିଲେ । ୨୦୨୦ରେ ଦୁଇ ବର୍ଷ ପରେ, ସେମାନେ ପାରସ୍ପରିକ ସହମତି ସହିତ ଅଲଗା ହୋଇଥିଲେ । ୨୦୧୬ ରେ UPSC ପରୀକ୍ଷାରେ ଅଥର ଖାନ ଦ୍ୱିତୀୟ ଟପ୍ପର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details