ରାଞ୍ଚି:ଦୂର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂଜା ସଙ୍ଗଲଙ୍କ ବଢିଲା ରିମାଣ୍ଡ ଅବଧି । ଆଜି ତାଙ୍କୁ ଆଉ 4ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡରେ ପଠାଯାଇଛି । ଝାଡଖଣ୍ଡର ସ୍ବତନ୍ତ୍ର PMLA କୋର୍ଟ ଆଜି ଏହି ମାମଲାର ଶୁଣାଣି କରି ପୂଜାଙ୍କ ଜାମିନ ଆବେଦନ ଖାରଜ କରିବା ସହ ତାଙ୍କୁ ଓ ତାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ 4 ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି । ଘଟଣାର ତଦନ୍ତ ଜାରି ରହିଥିବା ବେଳ ଅଧିକ ପଚରା ଉଚରା ଦ୍ବାରା ତଥ୍ୟ ହାସଲ କରିବା ପାଇଁ ରିମାଣ୍ଡ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ପ୍ରଥମେ ପୂଜାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବା ପରେ ଇଡି ସ୍କାନରକୁ ଆସିଥିଲେ ପୂଜା ଓ ତଙ୍କ ସ୍ବାମୀ । ଉଭୟଙ୍କୁ ପଚରା ଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରାଯାଇଥିବେ ବେଳେ ପୂଜାଙ୍କୁ ମଧ୍ୟ ଗିରଫ କରିଥିଲା ଇଡି ।