ଓଡିଶା

odisha

By

Published : Feb 19, 2023, 7:15 AM IST

ETV Bharat / bharat

ଡିଏନ୍ଏ ସିକ୍ୱେନ୍ସିଂ ସେଣ୍ଟର ଉଦଘାଟନ କରିଥିଲେ IAS ଅଧିକାରୀ, କ୍ଷମତା ନେଇ ପ୍ରଶ୍ନ କଲେ ଟ୍ବିଟର ୟୁଜର୍ସ

ଡିଏନ୍ଏ ସିକ୍ୱେନ୍ସିଂ ସେଣ୍ଟର ଉଦଘାଟନ କିରଥିଲେ IAS ଅଧିକାରୀ । ମନ୍ତ୍ରୀଙ୍କ ପରିବର୍ତ୍ତେ ସଚିବଙ୍କ ଦ୍ବାରା ଉଦଘାଟନ ନେଇ ପ୍ରଶ୍ନ କଲେ ଟ୍ବିଟର ୟୁଜର୍ସ । ଅଧିକ ପଢନ୍ତୁ

ଡିଏନ୍ଏ ସିକ୍ୱେନ୍ସିଂ ସେଣ୍ଟର ଉଦଘାଟନ କିରଥିଲେ  IAS ଅଧିକାରୀ
ଡିଏନ୍ଏ ସିକ୍ୱେନ୍ସିଂ ସେଣ୍ଟର ଉଦଘାଟନ କିରଥିଲେ IAS ଅଧିକାରୀ

ହାଇଦ୍ରାବାଦ: ଡିଏନ୍ଏ ସିକ୍ୱେନ୍ସିଂ ସେଣ୍ଟର ଉଦଘାଟନ କରିଥିଲେ IAS ଅଧିକାରୀ । ତାମିଲନାଡୁର ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ 16 ଫେବୃଆରୀରେ ଟ୍ୱିଟରରେ ଘୋଷଣା କରିଥିଲେ ଯେ, ସେ ଏହି ସୁବିଧା ଉଦ୍ଘାଟନ କରିଛନ୍ତି । ଯାହା ଏକ ଉଲ୍ଲେଖନୀୟ ବିଷୟ । ଯାହାକୁ ନେଇ ଜଣେ ଯୁବ ଟ୍ବିଟର୍ସ ବ୍ୟବହାରକାରୀ ଅଧିକାରୀଙ୍କୁ ପ୍ରଶ୍ନ କରିବା ସହ ଏହା ତାଙ୍କ ଅଧିକାରଭୁକ୍ତ କି ବୋଲି ପ୍ରଶ୍ନ କରିଛନ୍ତି । ଏହା ଜଣେ ମନ୍ତ୍ରୀ କରିବା କଥା ବୋଲି ୟୁଜର୍ସଜଣଙ୍କ କହିବା ସହ ଅଧିକାରୀ ତଥା ଜଙ୍ଗଲ ସଚିବଙ୍କୁ ସମାଲୋଚନା କରିଛନ୍ତି ।

ତାମିଲନାଡୁର ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ଜଙ୍ଗଲର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ 16 ଫେବୃଆରୀରେ ଏହି ସେଣ୍ଟର ଉଦଘାଟନ କରିବା ସହ ଏହା ସମ୍ପର୍କରେ ଟ୍ବିଟ କରିଥିଲେ । “ତାମିଲନାଡୁ ଜଙ୍ଗଲ ବିଭାଗ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ମୁଁ ଆଜି ଉଦ୍ଘାଟିତ କରିଛି ’’ ବୋଲି କହିଥିଲେ ବିଭାଗୀୟ ସଚିବ । ତେବେ ଏହାକୁ ନେଇ ଟ୍ବିଟର ବ୍ୟବହାରକାରୀ ସଚିବ ସୁପ୍ରିୟା ସାହୁଙ୍କୁ ସମାଲୋଚନାମୂଳକ ପ୍ରଶ୍ନ କରିଥିଲେ । ଜଣେ ମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଜଣେ ସରକାରୀ ଅଧିକାରୀ କିପରି ଏହାର କ୍ରେଡିଟ ନେଇପାରିବେ ।

ଏହାମଧ୍ୟ ପଢନ୍ତୁ: ଭାରତରେ ନ୍ୟାୟ ବିଳମ୍ବିତ: ବିଭିନ୍ନ କୋର୍ଟରେ ପଡିଛି 5କୋଟି ମାମଲା, କେବଳ ସୁପ୍ରିମକୋର୍ଟରେ 70 ହଜାର

ମନ୍ତ୍ରୀମାନେ ହିଁ 5 ବର୍ଷ ଶେଷରେ ଲୋକଙ୍କ ପାଖକୁ ଯାଆନ୍ତି, ଏହି ଅଧିକାରୀମାନେ ନୁହଁନ୍ତି ବୋଲି ସେ କହିଥିଲେ । ଶ୍ରୀରାମ ନାମକ ଏହି ୟୁଜର୍ସ ଏହାକୁ ବିରୋଧ କରିବା ସହ ଏହା ଜଣେ ମନ୍ତ୍ରୀଙ୍କ କ୍ଷମତାଭୁକ୍ତ ବୋଲି ଯୁକ୍ତି ଦର୍ଶାଇଛନ୍ତି । ଆଇଏଏସ୍ ଅଧିକାରୀ ତାଙ୍କ ମନ୍ତବ୍ୟର କୌଣସି ପ୍ରତିକ୍ରିୟା ଦେଇ ନଥିବାବେଳେ ଶ୍ରୀରାମ ଆଜି (ଶନିବାର) ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details