ଚଣ୍ଡିଗଡ: ପଞ୍ଜାବରେ ଭିଜିଲାନ୍ସ ଚଢାଉ ବେଳେ ଗୁଳି କରି ଆତ୍ମହତ୍ୟା କଲେ ଗିରଫ IAS ଅଧିକାରୀଙ୍କ ପୁଅ । ଏକ ଦୁର୍ନୀତି ମାମଲା ଗିରଫ ହୋଇଥିବା IAS ଅଧିକାରୀ ସଞ୍ଜୟ ପୋପଲିଙ୍କ ପୁଅ କାର୍ତ୍ତିକ (28) ନିଜକୁ ଗୁଳି ଚଳାଇଥିବା ସୂଚନା ରହିଛି । ଭିଜିଲାନ୍ସ ଟିମ ସଞ୍ଜୟ ପୋପଲିଙ୍କ ଘରେ ଚଢାଉ କରିବା ସମୟରେ କାର୍ତ୍ତିକ ନିଜେ ନିଜକୁ ଗୁଳି କରିଥିଲେ । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପୋଲିସ ସୂଚନା ଦେଇଛି ।
ସୂଚନା ଅନୁସାରେ, IAS ଅଧିକାରୀ ସଞ୍ଜୟ ପୋପଲିଙ୍କ ଘରେ ଚଢାଉ ଜାରି ରହିଥିବା ବେଳେ ହଠାତ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା । ପରେ ସଞ୍ଜୟ ପୋପଲିଙ୍କ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ଏକ ଦୁର୍ନୀତି ମାମଲାରେ ଆଇଏଏସ ଅଧିକାରୀ ସଞ୍ଜୟ ପୋପଲିଙ୍କୁ ଗତ ସପ୍ତାହରେ ଭିଜିଲାନ୍ସ ଗିରଫ କରିଥିଲା । ତାଙ୍କୁ ଆଜି 4ଦିନିଆ ରିମାଣ୍ଡ ଶେଷ ହେବା ପରେ କୋର୍ଟରେ ହାଜର କରାଯିବାରଥିଲା ।