ନୂଆଦିଲ୍ଲୀ:ପୁଣି ସାମ୍ନାକୁ ଆସିଲା ଲଭ୍ ଜିହାଦ ମାମଲା । ଦିଲ୍ଲାରେ ଜଣେ ଆଇଏଏସ ଅଫିସର ଓ ତାଙ୍କର ଝିଅ ଜଣେ ଯୁବକଙ୍କ ନାମରେ ଲଭ୍ ଜିହାଦ ମାମଲା ଦାୟର କରିଛନ୍ତି । ଯୁବକ ଜଣକ ହେଲେ ଅବଦୁଲ ରେହମାନ । ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ସହ ଲଭ ଜିହାଦ ଷଡଯନ୍ତ୍ର ହୋଇଛି । ଧାରା 420 ଆଧାରରେ ଏକ ମାମଲା ରୁଜ୍ଜୁ ହୋଇଛି ।
ଅଭିଯୋଗ ଅନୁସାରେ, ଆଇଏଏସ ଅଫିସର ଜଣଙ୍କ ଝିଅକୁ ମେରଟର ଜଣେ ଯୁବକ ଫସେଇଛନ୍ତି । 2017ରେ ତାଙ୍କ ସହ ବିଶ୍ବାସଘାତକ କରି ବିବାହ କରିଥିଲା । ଯେଉଁଠାରେ ବିବାହ ପଞ୍ଜୀକୃତ ହୋଇଥିଲା, ସେହି ଅନୁଷ୍ଠାନ ଗାଜିଆବାଦ ଏବଂ ଦିଲ୍ଲୀର ବିଭିନ୍ନ ଠିକଣାରେ ରହିଛି । ତେଣୁ ସେହି ଅନୁଷ୍ଠାନ ବିରୋଧରେ ଏକ FIR ମଧ୍ୟ ଦାଖଲ ହୋଇଛି । ଏଫଆଇଆରରେ ଅଭିଯୁକ୍ତ ଯୁବକମାନଙ୍କ ବ୍ୟତୀତ ବୈଦିକ ହିନ୍ଦୁ ସଭା ବାଜରିଆ ରେଲୱେ ରୋଡ୍ର ନାମ ରହିଛି । ଏହା ବ୍ୟତୀତ ଆର୍ଯ୍ୟ ସମାଜ ଟ୍ରଷ୍ଟ ଖାନ୍ନା ମାର୍କେଟ ଦିଲ୍ଲୀର ନାମ ମଧ୍ୟ ରହିଛି ।