ପାଟନା:ଆଇଏଏସ ଅଫିସରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ । ଜଣେ ଓକିଲଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ବିହାରର ବରିଷ୍ଠ ଆଇଏଏସ ଅଫିସର ସଞ୍ଜୀବ ହଂସ ଓ ପୂର୍ବତନ ଆରଜେଡି ବିଧାୟକ ଗୁଲାବ ଯାଦବଙ୍କ ନାମରେ ମାମଲା ଦାୟର ହୋଇଛି । ଓକିଲଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ସହ ପୀଡିତାଙ୍କୁ ମୁହଁ ଖୋଲିଲେ ମାରିଦେବା ନେଇ ମଧ୍ୟ ଉଭୟ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି ।
ବିହାର କ୍ୟାଡର 1997 ବ୍ୟାଚ ଆଇଏଏସ ଅଫିସର ସଞ୍ଜୀବ ହଂସ ବର୍ତ୍ତମାନ ରାଜ୍ୟର ଶକ୍ତି ବିଭାଗରେ ପ୍ରମୁଖ ସଚିବ ଅଛନ୍ତି । ବିହାର ଦନାପୁର ସ୍ଥିତ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଇଏଏସ ଅଫିସର ସଞ୍ଜୀବ ହଂସ ଏବଂ ପୂର୍ବତନ ଆରଜେଡି ବିଧାୟକ ଗୁଲାହ ଯାଦବଙ୍କ ନାମରେ ପାଟନା ପୋଲିସ ଏହି ମାମଲା ଦାୟର କରିଥିବା ଜଣାପଡିଛି । ପୀଡିତା ମହିଳା 2021ରେ ରୁପାସପୁର ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । କିନ୍ତୁ ଏତଲା ଗ୍ରହଣ କରି ନଥିଲା ପୋଲିସ । ଏହାପରେ ସେ ଦନାପୁର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପିଟିସନ ଖାରଜ ହୋଇଯିବାରୁ ସେ ପାଟନା ହାଇକୋର୍ଟ ଯାଇଥିଲେ । ପ୍ରାଥମିକ ତଦନ୍ତ ପରେ ଦନାପୁର କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଏତଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବି ପଢନ୍ତୁ...ଦିଲ୍ଲୀର ସାମାଜିକ କର୍ମୀଙ୍କୁ ପୁଣେରେ ବନ୍ଧୁକ ମୁନରେ ଦୁଷ୍କର୍ମ !