ଓଡିଶା

odisha

ETV Bharat / bharat

Operation Ganga: 208 ଭାରତୀୟଙ୍କୁ ନେଇ ସ୍ବଦେଶ ଫେରିଲା C-17 - ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା C-17 ବିମାନ

ଅପରେସନ ଗଙ୍ଗାରେ ଏୟାର ଫୋର୍ସ ସାମିଲ ହୋଇଛି ଭାରତୀୟ ବାୟୁସେନା । ୟୁକ୍ରେନରୁ 208 ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା C-17 । ଅଧିକ ପଢନ୍ତୁ

ଗଜପତି ମାଛଘରୁ ଜବତ ହେଲା ବାଘ ଛାଲ, ଜଣେ ଗିରଫ
ଗଜପତି ମାଛଘରୁ ଜବତ ହେଲା ବାଘ ଛାଲ, ଜଣେ ଗିରଫ

By

Published : Mar 3, 2022, 10:26 AM IST

ନୂଆଦିଲ୍ଲୀ: ଜାରି ରହିଛି ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ । ୟୁକ୍ରେନରେ ଅନେକ ଭାରତୀୟ ଫସିଥିବା ବେଳେ ଉଦ୍ଧାର ପାଇଁ ଭାରତ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ଅପରେସନ ଗଙ୍ଗାରେ ଏୟାର ଫୋର୍ସ ସାମିଲ ହୋଇଥିବା ବେଳେ ୟୁକ୍ରେନରୁ 208 ଭାରତୀୟ ନାଗରିକଙ୍କୁ ନେଇ ଆଜି ଦିଲ୍ଲୀ ନିକଟ ହିଣ୍ଡନ ଏୟାରବେସରେ ଅବତରଣ କରିଛି C-17 ବିମାନ । କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ଭାରତୀୟ ନାଗରିକମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେସନ ଗଙ୍ଗାରେ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ବାୟୁସେନାକୁ ସାମିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି IAF ବିମାନ ସମେତ ହଙ୍ଗେରୀ, ରୋମାନିଆ, ସ୍ଲୋଭାକିଆ ଏବଂ ପୋଲାଣ୍ଡରୁ ଭାରତୀୟଙ୍କୁ ନେଇ ନଅଟି ବିମାନ ଉଡ଼ାଣ ଆରମ୍ଭ କରିଛି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ଆଜି ଆହୁରି ୬ଟି ବିମାନ ଖୁବ୍ ଶୀଘ୍ର ଉଡାଣ ଆରମ୍ଭ କରିବା ନେଇ ନେଇ ଆଶା କରାଯାଉଛି | ଫଳରେ ମୋଟ 3000ରୁ ଅଧିକ ଭାରତୀୟ ନାଗରିକ ଭାରତରେ ପହଞ୍ଚିବା ନେଇ ଜୟଶଙ୍କର ଟ୍ବିଟ କରିଛନ୍ତି ।

ମୋଟ 17,000 ଭାରତୀୟ ନାଗରିକ ୟୁକ୍ରେନରୁ ଆସି ଭାରତରେ ପହଞ୍ଚି ଥିବାବେଳେ ଏବେ ମଧ୍ୟ ଉଦ୍ଧାର ପାଇଁ ଅପରେସନ୍ ଗଙ୍ଗା ଅଧୀନରେ ବିମାନ ବୃଦ୍ଧି କରାଯାଇଛି ।

@ANI

ABOUT THE AUTHOR

...view details