ଓଡିଶା

odisha

ETV Bharat / bharat

ଚୀନ ଉପରେ ନଜର, ବାୟୁସେନା ହାତକୁ ଗଲା ଉତ୍ତରାଖଣ୍ଡର ପିଥୋରାଗଡ ବିମାନବନ୍ଦର - ଉତ୍ତରାଖଣ୍ଡ ପିଥୋରାଗଡ ବିମାନ ବନ୍ଦର

ବାୟୁସେନା ହାତକୁ ଗଲା ଉତ୍ତରାଖଣ୍ଡର ପିଥୋରାଗଡ ବିମାନବନ୍ଦର । ଜାରି ରହିବ ଉଭୟ ସାମରିକ ଓ ଯାତ୍ରୀବାହୀ ବିମାନ ଉଡାଣ । ଯାତ୍ରୀ ପରିବହନରେ ଭଲ ବ୍ୟବସାୟିକ ରେକର୍ଡ ନଥିବା ଦର୍ଶାଇଥିଲା ବିମାନ ବନ୍ଦର ପ୍ରାଧିକରଣ । ଅଧିକ ପଢନ୍ତୁ

ବାୟୁସେନାକୁ ହସ୍ତାନ୍ତର ହେବ ଉତ୍ତରାଖଣ୍ଡର ପିଥୋରାଗଡ ବିମାନବନ୍ଦର
ବାୟୁସେନାକୁ ହସ୍ତାନ୍ତର ହେବ ଉତ୍ତରାଖଣ୍ଡର ପିଥୋରାଗଡ ବିମାନବନ୍ଦର

By

Published : Feb 16, 2023, 4:34 PM IST

ଡେରାଡୁନ:ଉତ୍ତରାଖଣ୍ଡର ସୀମାନ୍ତ ଜିଲ୍ଲାରେ ନୈନିସୈନିରେ ଥିବା ପିଥୋରାଗଡ ବିମାନ ବନ୍ଦରର ସଞ୍ଚାଳନ ଦାୟିତ୍ବ ଗ୍ରହଣ କରିବ ଭାରତୀୟ ବାୟୁସେନା । ଗତ କିଛି ଦିନ ହେବ ଉତ୍ତରାଖଣ୍ଡ ସରକାର ଏନେଇ ପ୍ରକ୍ରିୟା ଜାରି ରଖିଥିଲେ । ତେବେ ଏହାକୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ପରିବର୍ତ୍ତେ ଭାରତୀୟ ବାୟୁସେନାର ସଞ୍ଚାଳନ ପରିସରଭୁକ୍ତ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଏସ.ଏସ ସାନ୍ଧୁ ଆଜି ଏନେଇ ସୂଚନା ଦେଇଛନ୍ତି ।

ବାୟୁସେନା ଏହାର ପରିଚାଳନା ଭାର ଗ୍ରହଣ କରିବା ପରେ ଉକ୍ତ ବିମାନ ବନ୍ଦରରୁ ଉଭୟ ସାମରିକ ଓ ବେସାମରିକ ବିମାନ ସେବା ଆରମ୍ଭ ହେବା ନେଇ ଯୋଜନା ରହିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଗତବର୍ଷ ଅକ୍ଟୋବରରେ ଏହାକୁ ବାୟୁସେନାକୁ ହସ୍ତାନ୍ତର କରିବା ଲାଗି ପ୍ରଥମେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସ୍ଥାନୀୟ ଜିଲ୍ଲାଧିକାରୀ, ବାୟୁସେନାକୁ ହସ୍ତାନ୍ତର ନିଷ୍ପତ୍ତି ଫଳରେ ବିମାନ ବନ୍ଦର ଅଧିକ ସଂଗଠିତ ଭାବେ କାର୍ଯ୍ୟ କରିବ ବୋଲି ରିପୋର୍ଟ ଦେଇଥିଲେ ।

1991 ମସିହାରେ ପ୍ରଥମେ ଏକ ଏୟାର ଷ୍ଟ୍ରିପ ନିର୍ମାଣ କରାଯାଇ ଏହାର ଆରମ୍ଭ କରାଯାଇଥିଲା । ଯାହା କେବଳ ପ୍ରଶାସନିକ କାର୍ଯ୍ୟକ୍ରମରେ ବ୍ୟବହାର ହେଉଥିଲା । ପରେ 1999 ରେ ଏଥିରେ ଭିତ୍ତିଭୂମି ବିକଶିତ କରଯିବା ସହ ଏହାକୁ ବିମାନ ବନ୍ଦର ଘୋଷଣା କରାଯାଇଥିଲା । ହେଲେ ଉକ୍ତ ଅଞ୍ଚଳରେ ଯାତ୍ରୀ ଓ ପଣ୍ୟ ପରିବହନର ପରିମାଣ ସେତେଟା ଅଧିକ ନଥିବା କାରଣରୁ ଏହି ବିମାନ ବନ୍ଦରକୁ ନିମ୍ନତମ ବାଣିଜ୍ୟ ସମ୍ଭବତା ଶ୍ରେଣୀଭୁକ୍ତ କରାଯାଇଥିଲା । ଯାହା ଫଳରେ ଏହାକୁ ଭାରତୀୟ ବାୟୁସେନାକୁ ପରିଚାଳନାଗତ ହସ୍ତାନ୍ତରଣ ପାଇଁ ବିଚାରବିମର୍ଶ ଆରମ୍ଭ ହୋଇଥିଲା ।

ବିମାନ ବନ୍ଦରର 1999 ରେ ଘୋଷଣା ହୋଇଥିଲେ ସୁଦ୍ଧା 2018 ଅକ୍ଟୋବରେ ଏଠାରୁ ପ୍ରଥମ ଯାତ୍ରୀବାହୀ ବିମାନ ଉଡାଣ ଭରିଥିଲା । ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ଏହି ବାଣିଜ୍ୟିକ ବିମାନ ସେବାର ଶୁଭାରମ୍ଭ କରିଥିଲେ । ପରେ ଅବଶ୍ୟ ଏହି ବିମାନ ବନ୍ଦର ସେତେଟା ବ୍ଯବସାୟିକ ସଫଳତା ପାଇନଥିଲା । ଯାହାକୁ ନେଇ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ସେତେଟା ତତ୍ପରତା ପ୍ରକାଶ କରିନଥିଲା । ଭୌଗଳିକ ସ୍ଥିତି ଓ ଯାତ୍ରୀ ପରିବହନରେ କମ ଚାହିଦା କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଥିଲା ।

ଅନ୍ୟପଟେ ପିଥୋରାଗଡ ଉତ୍ତରାଖଣ୍ଡର ଏକ ସୀମାନ୍ତ ଜିଲ୍ଲା ହୋଇଥିବାରୁ ଏହା ସାମରିକ ଭାବେ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ । ଏହି ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ନିୟନ୍ତ୍ରଣକୁ ନେବା ପରେ ଏହା ସାମରିକ ସହ ବେସାମରିକ ତଥା ପୂର୍ବ ପରି ଯାତ୍ରୀ ବିମାନ ସେବା ଯୋଗାଇବାରେ ମଧ୍ୟ ଜାରି ରଖିବ । ଆଜି ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଏହି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details