ନୂଆଦିଲ୍ଲୀ:2022ରୁ ଆରମ୍ଭ ହେବ ରାଫେଲ ଯୁଦ୍ଧ ବିମାନ(Rafale fighter)ର ନବୀକରଣ ପ୍ରକ୍ରିୟା (upgrading)। ଫ୍ରାନ୍ସରୁ ଆମଦାନୀ ହୋଇଥିବା 30ଟି ରାଫେଲ ଯୁଦ୍ଧ ବିମାନର ନବୀକରଣ କାର୍ଯ୍ୟ ଆରମ୍ଭ କରିବ ଭାରତୀୟ ବାୟୁ ସେନା (IAF)। ବାୟୁସେନାର ଏକ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଟିମ ଫ୍ରାନ୍ସ ଗସ୍ତ କରି ସେଠାରେ ଥିବା ଇଷ୍ଟ୍ରେସ୍ ଏୟାରବେସରେ ଟେଲ ନମ୍ବର RB-008 ଟେଷ୍ଟବେଡ୍ ବିମାନର କାର୍ଯ୍ୟଦକ୍ଷତାକୁ ଆକଳନ କରୁଛନ୍ତି ।
ଏହି ନବୀକରଣ ପ୍ରକ୍ରିୟାରେ ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର, ଲୋ-ବ୍ୟାଣ୍ଡ ଜାମର ଏବଂ ଉପଗ୍ରହ ଯୋଗାଯୋଗ ପ୍ରଣାଳୀକୁ ଅନ୍ତର୍ଭୁକ୍ତ କରାଯିବ । ଭାରତ ଫ୍ରାନ୍ସ ଠାରୁ ପୂର୍ବରୁ ପ୍ରାୟ 30ଟି ବିମାନ ଗ୍ରହଣ କରିସାରିଥିବାବେଳେ ଆସନ୍ତା ମାସ (ଡିସେମ୍ବର) ଶେଷ ସୁଦ୍ଧା ଆଉ ତିନୋଟି ରାଫେଲ ଫାଇଟର ଜେଟ ଭାରତରେ ପହଞ୍ଚିବ । ପୂର୍ବ ଚୁକ୍ତିନାମା ଅନୁଯାୟୀ ନବୀକରଣ ପାଇଁ ଆବଶ୍ୟକ କିଟ୍ ଗୁଡିକ ଫ୍ରାନ୍ସରୁ ଭାରତକୁ ଅଣାଯିବ ଏବଂ ପ୍ରତି ମାସରେ ପ୍ରାୟ ୩ ରୁ ୪ଟି ରାଫେଲକୁ ISE ମାନକକୁ ଉନ୍ନିତ କରାଯିବ ବୋଲି କହିଛି ବାୟୁସେନା ।