ନୂଆଦିଲ୍ଲୀ:ଭାରତୀୟ ବାୟୁସେନା ଆଉ 156ଟି ହାଲୁକା ତଥା ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର 'ପ୍ରଚଣ୍ଡ' LCH କିଣିବାକୁ ଯାଉଛି । ଏହି ଲଢୁଆ ହେଲିକପ୍ଟରକୁ ଭାରତୀୟ ବାୟୁସେନା ଓ ଭାରତୀୟ ସେନା ଦ୍ବାରା ଚୀନ ଏବଂ ପାକିସ୍ତାନ ସୀମାରେ ମୁତୟନ କରାଯିବ । ଦୁନିଆର ସବୁଠୁ ଖରାପ ମୌସୁମୀ ଥିବା ସ୍ଥାନରେ ଏହାକୁ ପରୀକ୍ଷଣ କରାଯିବା ପରେ ଉଭୟ ଭାରତୀୟ ବାୟୁସେନା ଓ ଭାରତୀୟ ସେନାରେ ଗତ 15 ମାସ ତଳେ ପ୍ରାୟ 15ଟି ପ୍ରଚଣ୍ଡ ହେଲିକପ୍ଟରକୁ ସାମିଲ ହୋଇଥିଲା । ଏହି ହାଲୁକା ଆକାଟକିଂ ହେଲିକପ୍ଟରକୁ ଭାରତୀୟ ସ୍ୱଦେଶୀ କମ୍ପାନୀ ନିର୍ମାଣ କରୁଛି ।
ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଭାରତୀୟ ବାୟୁସେନା ଏକ ପ୍ରାଥମିକ ସେବା ଭାବରେ 156ଟି ପ୍ରଚଣ୍ଡ ହେଲିକପ୍ଟର କ୍ରୟ କରିବା ଲାଗି ଭାରତ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛି । ଯାହାକି ଖୁବଶୀଘ୍ର ଅନୁମୋଦନ ହେବାର ସମ୍ଭାବନା ରହିଛି । ନିକଟରେ ଭାରତୀୟ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବି.ଆର ଚୌଧୁରୀ ସ୍ବଦେଶୀକରଣକୁ ପ୍ରୋତ୍ସାହିତ କରିବା ଲାଗି ଆଉ 100ଟି ଅତ୍ୟାଧୁନିକ ଲଢୁଆ ବିମାନ LCA Mark 1Aକୁ କିଣିବା ଲାଗି ମଧ୍ୟ ପ୍ରସ୍ତାବ ଦେଇଥିଲେ ।
ଏହା ବି ପଢନ୍ତୁ- LCH in Airforce: ଆକାଶରେ ଶକ୍ତି ଦେଖାଇଲା ପ୍ରଚଣ୍ଡ
ଏହି 156ଟି ପ୍ରଚଣ୍ଡ ମଧ୍ୟରୁ 66ଟି ଭାରତୀୟ ବାୟୁ ସେନା (IAF) ଓ ବାକି 90ଟି ଭାରତୀୟ ସେନା ଦ୍ବାରା ଅଧିଗ୍ରହଣ କରାଯିବ । ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଏହାକୁ ସମ୍ପୂର୍ଣ୍ଣ ଭାରତୀୟ ଡିଜାଇନ ସହିତ ନିର୍ମାଣ କରାଯିବ । ଭାରତୀୟ ବାୟୁସେନାର ଆବଶ୍ୟକତାକୁ ପୂରଣ କରିବା ଲାଗି ପ୍ରଚଣ୍ଡ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) ଦ୍ବାରା ନିଖୁଣ ଭାବେ ପରୀକ୍ଷଣ କରାଯାଇଛି ।