ଓଡିଶା

odisha

ETV Bharat / bharat

ବନ୍ୟାରେ ଫସିଥିଲେ ୫, ଉଦ୍ଧାର କଲା IAF

ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ଉଜ ନଦୀରେ ବନ୍ୟା । ନଦୀ ମଧ୍ୟରୁ 5 ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ବାୟୁସେନା । ଅଧିକ ପଢନ୍ତୁ...

By

Published : Jul 21, 2021, 11:41 AM IST

IAF rescues 5 persons trapped in flash flood in J-K's Kathua
କଠୁଆରେ ବନ୍ୟା, ୫ ଜଣଙ୍କୁ ଉଦ୍ଧାର କଲା IAF

ଶ୍ରୀନଗର: ମହାମାରୀ ସମୟରେ ପ୍ରକୃତିର ତାଣ୍ଡବ । ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ଉଜ ନଦୀରେ ବନ୍ୟା ଆସିଛି । ନଦୀ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ବାୟୁସେନା । ସ୍ଥାନୀୟ ଲୋକେ ନଦୀ ଜଳରେ ଫସି ରହିଥିବା ନେଇ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ସୂଚନା ମିଳିଥିଲା । ପରେ ଆରମ୍ଭ ହୋଇଥିଲା କାଠୁଆ ପ୍ରଶାସନର ଉଦ୍ଧାର କାର୍ଯ୍ୟ । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF) ବ୍ଲକ୍ ମାରହେନ୍ ଏବଂ କାଠୁଆରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ ।

ବନ୍ୟା ପରିସ୍ଥିତି ଦେଖି ଡେପୁଟି କମିଶନର ରାହୁଲ ଯାଦବ ଜମ୍ମୁ ଡେପୁଟି କମିଶନଙ୍କୁ ହେଲିକପ୍ଚର ଯୋଗ ଅପରେସନକୁ ତ୍ବାରାନ୍ବିତ କରିବା ପାଇଁ ଅନୁରୋଧ କରିଥିଲେ । ବନ୍ୟାରେ ଫସି ରହିଥିବା ଲୋକଙ୍କୁ ବିମାନ ଯୋଗେ ଉଦ୍ଧାର କରାଯାଇଥିଲା । ଦୁଇ ପ୍ରକାରର ଆଇଏଏଫ୍ ହେଲିକପ୍ଟର ଏଥିରେ ବ୍ୟବହାର କରାଯାଇଥିଲା । ଖଣ୍ଡୱାଲ ମଧ୍ୟରୁ 4 ଜଣ ଏବଂ ମାହି ଚାକରୁ ଜଣଙ୍କୁ ସଫଳତାର ସହ ଉଦ୍ଧାର କରିଥିଲେ ଆଇଏଫଏସ । ଏନେଇ ଜାମ୍ମୁ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

@ANI

ABOUT THE AUTHOR

...view details