ଓଡିଶା

odisha

ETV Bharat / bharat

ଚିନ୍ତା ବଢାଇଲା Zika Virus, ଉତ୍ତରପ୍ରଦେଶର IAF ଅଫିସର ପଜିଟିଭ ଚିହ୍ନଟ - ଉତ୍ତରପ୍ରଦେଶରେ ପ୍ରଥମ ଜିକା ଭାଇରସ ରୋଗୀ

ଉତ୍ତରପ୍ରଦେଶର କାନପୁରରେ ପ୍ରଥମ ଜିକା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛି । ଜଣେ ବାୟୁସେନା ଅଧିକାରୀ ଜିକା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

Zika virus in Uttar Pradesh
Zika virus in Uttar Pradesh

By

Published : Oct 25, 2021, 10:14 AM IST

ଲକ୍ଷ୍ନୌ:କୋରୋନା ପରେ ଚିନ୍ତା ବଢାଇଲା ଜିକା ଭାଇରସ । ଉତ୍ତରପ୍ରଦେଶର କାନପୁରରେ ପ୍ରଥମ ଜିକା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛି । ଜଣେ ବାୟୁସେନା ଅଧିକାରୀ ଜିକା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଗତ ସପ୍ତାହ ହେଲା ସେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ । ଟେଷ୍ଟ ପରେ ଶନିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି ।

ଆକ୍ରାନ୍ତ ବ୍ୟକ୍ତି ଜଣେ IAF ଅଫିସର । ତାଙ୍କୁ ଏୟାରଫୋର୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଜିକା ଭାଇରସ ଲକ୍ଷଣ ଦେଖାଯିବା ପରେ ତାଙ୍କ ରକ୍ତ ନମୂନା ସଂଗ୍ରହ କରି ଟେଷ୍ଟ ପାଇଁ ପୁଣେ ପଠାଯାଇଥିଲା । ଶନିବାର ରିପୋର୍ଟ ପଜିଟିଭ ଆସିଛି । ପରେ ଏହି ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରକ୍ତ ନମୂନା ମଧ୍ୟ ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯାଇଛି ।

ବର୍ତ୍ତମାନ 10 ଜଣିଆ ଡାକ୍ତର ଟିମ୍‌ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ଏପଟେ ରାଜ୍ୟରେ ପ୍ରଥମ ଜିକା ଭାଇରସ ମାମଲା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details