ଢାକା:1971 ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିବାର 50 ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ବାଂଲାଦେଶ ବାୟୁସେନା (BAF) କୁ ଉପହାର ସ୍ବରୂପ ଆଲୁଏଟ ତୃତୀୟ ସଂସ୍କରଣର ଏକ ହେଲିକପ୍ଟର ସ୍ବରୂପ ପ୍ରଦାନ କରିଛନ୍ତି । ସେହିପରି ସମାନ ଭାବେ ପ୍ରତ୍ୟାବର୍ତ୍ତନ ସ୍ବରୁପ ଢାକା ମଧ୍ୟ ଏକ F-86 ସାବର ବିମାନ ଭାରତୀୟ ବାୟୁ ସେନାକୁ ଉପହାର ଦେଇଛନ୍ତି । ଏହି ବିମାନ F-86 ଯାହାକି 1971 ଯୁଦ୍ଧ ପରେ BAF ଦ୍ବାରା ପୁନଃସ୍ଥାପିତ ହୋଇଥିଲା। ଉଭୟ ଉପହାର ସ୍ବରୁପ ମିଳିଥିବା ବିମାନ ଉଭୟ ଦେଶରେ ସଂଗ୍ରହାଳୟରେ ସ୍ଥାନ ପାଇବ ବୋଲି ବାୟୁ ସେନା ଏକ ଟ୍ବିଟରେ କହିଛି ।
ଏହି ଲଢୁଆ ବିମାନ ଆଦାନ ପ୍ରଦାନ ପ୍ରକ୍ରିୟା ଢାକାରେ ଅନୁଷ୍ଠିତ ହୋଇଛି । ଭାରତୀୟ ବାୟୁ ସେନା ମୁଖ୍ୟ ଆର କେଏସ ଭଦୋରିଆ 4 ଦିନିଆ ଢାକା ଗସ୍ତରେ ଥିବା ବେଳେ ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିଛନ୍ତି ଦୁଇ ଦେଶର ବାୟୁସେନା କର୍ତ୍ତୃପକ୍ଷ । ଏହି ପ୍ରକ୍ରିୟାବେଳେ ଦୁଇ ଦେଶର ବରିଷ୍ଠ ସାମରିକ ଅଧିକାରୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଭାରତୀୟ ଏୟାରଚିଫ ବାଂଲାଦେଶର ଉଚ୍ଚସ୍ତରୀୟ ସାମରିକ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।