ଓଡିଶା

odisha

By

Published : Mar 7, 2022, 7:33 PM IST

ETV Bharat / bharat

ସ୍ବଦେଶ ଫେରିଲେ ୟୁକ୍ରେନରେ ଆହତ ଭାରତୀୟ ଛାତ୍ର

ହିଣ୍ଡନ ଏୟାର ବେସରେ ପହଞ୍ଚିଲା ପୋଲାଣ୍ଡରୁ ଉଡାଣ ଭରିଥିବା ଭାରତୀୟ ବାୟୁସନାର ସ୍ବତନ୍ତ୍ର ବିମାନ । ସ୍ବଦେଶ ଫରିଲେ ୟୁକ୍ରେନରେ ଆହତ ହୋଇଥିବା ଭାରତୀୟ ଛାତ୍ର ଓ ଅପରେସନର ନେତୃତ୍ବ ନେଉଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂ । ଅଧିକ ପଢନ୍ତୁ

ସ୍ବଦେଶ ଫେରିଲେ ୟୁକ୍ରେନରେ ଆହତ ଭାରତୀୟ ଛାତ୍ର
ସ୍ବଦେଶ ଫେରିଲେ ୟୁକ୍ରେନରେ ଆହତ ଭାରତୀୟ ଛାତ୍ର

ନୂଆଦିଲ୍ଲୀ:ପୋଲାଣ୍ଡରୁ ଉଡାଣ ଭରିଥିବା ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର କିଛି ସମୟ ତଳେ ଗାଜିଆବାଦର ହିଣ୍ଡନ ଏୟାର ବେସରେ ଅବତରଣ କରିଛି । ଏଥିରେ ୟୁକ୍ରେନରେ ଗୁଳିମାଡରେ ଆହତ ହୋଇଥିବା ଭାରତୀୟ ଛାତ୍ର ହରଜୋତ ସିଂଙ୍କ ସମେତ ଅନ୍ୟ କିଛି ଭାରତୀୟ ସ୍ବଦେଶ ଫେରିଛନ୍ତି । ଏହା ସହ ପୋଲାଣ୍ଡରେ ଅପରେସନର ନେତୃତ୍ବ ନେଉଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ମଧ୍ୟ ସ୍ବେଦଶ ଫେରିଛନ୍ତି ।

ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିଲେ ସୁଦ୍ଧା ଏବେ ମଧ୍ୟ ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଅଣାଯାଇଛି । ଏଠାରେ ମଧ୍ୟ କିଛି ଦିନ ଧରି ତାଙ୍କର ଚିକିତ୍ସା ଜାରି ରହିବ । ଜେନେରାଲ ଭିକେ ସିଂ କହିଛନ୍ତି ଏହି ଅପରେସନ ଅଧୀନରେ ପୋଲାଣ୍ଡରୁ ମୋଟ ୩ ହଜାର ଭାରତୀୟଙ୍କୁ ଏକାଧିକ ଉଡାଣ ମାଧ୍ୟମରେ ଉଦ୍ଧାର କରାଯାଇଛି । ପୋଲାଣ୍ଡ କର୍ତ୍ତୃପକ୍ଷଙ୍କ ସହାୟତାରେ ଅପରେସନକୁ ସଫଳତାର ସହ ଶେଷ ହୋଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details