ଓଡିଶା

odisha

ETV Bharat / bharat

IAF Chopper Crash Update: ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରରେ ଶହୀଦଙ୍କ ପାର୍ଥିବ ଶରୀର - ଭାରତୀୟ ବାୟୁସେନା ଦୁର୍ଘଟଣା ଅପଡେଟ

ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା । ତାମିଲନାଡୁର ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରରେ ପହଞ୍ଚିଲା ଶହୀଦ CDS ବିପିନ ରାୱତଙ୍କ ସମେତ ଅନ୍ୟ ୧୨ ଜଣଙ୍କ ପାର୍ଥୀବ ଶରୀର । ଅଧିକ ପଢନ୍ତୁ

IAF Chopper Crash Update: ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରରେ ପହଞ୍ଚିଲା ଶହୀଦଙ୍କ ପାର୍ଥୀବ ଶରୀର
IAF Chopper Crash Update: ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରରେ ପହଞ୍ଚିଲା ଶହୀଦଙ୍କ ପାର୍ଥୀବ ଶରୀର

By

Published : Dec 9, 2021, 12:51 PM IST

ଚେନ୍ନାଇ: ଦିବଙ୍ଗତ CDS(Chief of Defence Staff) ଜେନେରାଲ ବିପିନ ରାୱତ ଓ ଅନ୍ୟ ୧୨ ଜଣଙ୍କ ପାର୍ଥିବ ଶରୀରକୁ ଆଜି(ଗୁରୁବାର) ସକାଳେ ସେନାର ୱେଲିଙ୍ଗଟନ ହସ୍ପିଟାଲରୁ ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି । ଏଠାରୁ ସୈନ୍ୟ ବିମାନ ଜରିଆରେ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯିବ ବୋଲି ସୂଚନା ମିଳିଛି ।

ବୁଧବାର ତାମିଲନାଡୁର କୁନ୍ନୁର ହୋଇଥିବା ଭାରତୀୟ ବାୟୁ ସେନା(IAF)ର ହେଲିକପ୍ଟର Mi-17V5 ଦୁର୍ଘଟଣାରେ CDS ବିପିନଙ୍କ ସମେତ ଅନ୍ୟ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣାର ତଦନ୍ତ କରିବା ପାଇଁ IAF ନିର୍ଦ୍ଦେଶ ଦେଇଥିବା ବେଳେ ବାୟୁସେନାର ମୁଖ୍ୟ ତଥା ଏୟାର ଚିଫ୍‌ ମାର୍ଶଲ ବି. ଆର ଚୌଧରୀ (Air Chief Marshal VR Chaudhari) ଘଟଣାସ୍ଥଳ କୁନ୍ନୁରରେ ପହଞ୍ଚିଛନ୍ତି । ତାଙ୍କ ସହିତ ତାମିଲନାଡୁ DGP ସି. ଶୈଳେନ୍ଦ୍ର ବାବୁ ମଧ୍ୟ ଉପସ୍ଥିତ ରହିଛନ୍ତି । ଏଠାରେ ଦୁର୍ଘଟଣା କିପରି ଘଟିଲା ସେ ସମ୍ପର୍କରେ ଛାନଭିନ ଚାଲିଛି । ବୁଧବାର ଦୁର୍ଘଟଣା ଘଟିବା ପରେ ନୂଆଦିଲ୍ଲୀ ପାଲମରୁ ତାମିଲନାଡୁ ଗସ୍ତରେ ବାହାରି ପଡିଥିଲେ ଚୌଧରୀ ।

ଏହା ବି ପଢନ୍ତୁ: Mi-17V5 Crash: ଦୁର୍ଘଟଣାସ୍ଥଳରେ ଫୋରେନ୍ସିକ ଟିମ୍‌

ତାମିଲନାଡୁ ଫୋରେନ୍ସିକ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ନେତୃତ୍ବରେ ଏକ ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଦୁର୍ଘଟଣାରେ CDS ବିପିନଙ୍କ ପତ୍ନୀ ମଧୁଲିକା ରାୱତଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଶୁକ୍ରବାର ଶହୀଦ ଜେନେରାଲ ରାୱତ ଓ ତାଙ୍କ ପତ୍ନୀଙ୍କ ପାର୍ଥୀବ ଶରୀରକୁ ତାଙ୍କ ଘରକୁ ଅଣାଯିବ । ଏହାସହିତ ଲୋକଙ୍କୁ ସକାଳ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନ୍ତିମ ଦର୍ଶନର ସୁଯୋଗ ଦିଆଯିବ ।

ଏହା ବି ପଢନ୍ତୁ: IAF helicopter crash: ଅବତରଣର ୭ ମିନିଟ୍‌ ପୂର୍ବରୁ ଘଟିଥିଲା ଦୁର୍ଘଟଣା, ତ୍ରି-ସେନା କରିବେ ଯାଞ୍ଚ

ଏହାପରେ କାମରାଜ ମାର୍ଗଠାରୁ ଦିଲ୍ଲୀର ବରାଡ଼ ଶ୍ମଶାନ ଘାଟ ପର୍ଯ୍ୟନ୍ତ ଉଭୟଙ୍କ ଅନ୍ତିମ ଯାତ୍ରା କରାଯିବ । ଆସନ୍ତାକାଲି(ଶୁକ୍ରବାର) ଉଭୟଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀର ଛାୱନୀରେ ହେବାର ଯୋଜନା ରହିଛି । ଅନ୍ତିମ ସଂସ୍କାର ସମୟରେ ରାୱତଙ୍କ ସାନ ଭଉଣୀ ଓ ଭାଇ ସେଠାରେ ଉପସ୍ଥିତ ରହିବେ ।

@ANI

ABOUT THE AUTHOR

...view details