ଓଡିଶା

odisha

ଚୀନକୁ ଚେକ୍ ପାଇଁ ତୟାରୀ; ଲଦାଖରେ ବାୟୁସେନା ମୁଖ୍ୟ, ପରଖିବେ ପ୍ରସ୍ତୁତି

By

Published : Oct 16, 2021, 6:08 PM IST

ଲଦାଖର ଫରଓ୍ବାର୍ଡ ପୋଷ୍ଟ ଗସ୍ତ କରିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଭି.ଆର ଚୌଧୁରୀ । ସାମ୍ପ୍ରତିକ ସ୍ଥିତି ନେଇ କରିବେ ସମୀକ୍ଷା । ଅଧିକ ପଢନ୍ତୁ...

ଲଦାଖର ଫରଓ୍ବାର୍ଡ ପୋଷ୍ଟ ଗସ୍ତ କରି ସ୍ଥିତି ପରଖିଲେ ବାୟୁସେନା ମୁଖ୍ୟ
ଲଦାଖର ଫରଓ୍ବାର୍ଡ ପୋଷ୍ଟ ଗସ୍ତ କରି ସ୍ଥିତି ପରଖିଲେ ବାୟୁସେନା ମୁଖ୍ୟ

ଶ୍ରୀନଗର:ଲଦାଖ ଫରଓ୍ବାର୍ଡ ପୋଷ୍ଟ ଗସ୍ତ କରିଛନ୍ତି ଭାରତୀୟ ବାୟୁସେନା (IAF) ମୁଖ୍ୟ ଭି.ଆର ଚୌଧୁରୀ । ସେ ସେଠାରେ ମୁତୟନ ଯବାନଙ୍କ ସହ ଆଲୋଚନା କରିବା ସହ ସାମ୍ପ୍ରତିକ ସ୍ଥିତି ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ନୂଆ କରି ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ନେବା ପରେ ଏହା ତାଙ୍କର ପ୍ରଥମ ଲଦାଖ ଗସ୍ତ ।

ମିଳିଥିବା ସୂଚନା ଅନୁସାରେ, ବାୟୁସେନା ମୁଖ୍ୟ ଆଜି (ଶନିବାର) ସକାଳେ ଲେହ ଏୟାର-ବେସରେ ପହଞ୍ଚିଥିଲେ । ସେଠାରେ ଭାରତୀୟ ବାୟୁସେନା ଯବାନ ଏବଂ ସ୍ବତନ୍ତ୍ର ସୁରକ୍ଷା ବଳର ଯବାନମାନଙ୍କୁ ସାକ୍ଷାତ କରି ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିବେ । ସୂଚନା ଅନୁସାରେ ଅକ୍ଟୋବର ୧ ରେ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟାଳୟରୁ ଏହା ତାଙ୍କର ପ୍ରଥମ ଗସ୍ତ । ସେ ପଶ୍ଚିମ ଏୟାର କମାଣ୍ଡ ମୁଖ୍ୟ ଥିବାବେଳେ ଇଷ୍ଟର୍ଣ୍ଣ ଲଦାଖ ସେକ୍ଟର ଉପରେ ମିଗ-29 ଯୁଦ୍ଧ ବିମାନ ଉଡ଼ାଇଥିଲେ।

ପୂର୍ବ ଲଦାଖରେ ଥିବା ଭାରତ-ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ଶାନ୍ତି ପ୍ରତ୍ୟାବର୍ତ୍ତନ ନେଇ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରହିଛି । ତେବେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତରେ ଡ୍ରାଗନ ସେନା ଅସହମତି ପ୍ରକାଶ କରିବା ସହ ଅସହଯୋଗ କରିବା ପରେ LAC ରେ ଶାନ୍ତି ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଯାଇଥିଲା । ଏହି ସମୟରେ ବୟୁସେନା ମୁଖ୍ୟ ଫରଓ୍ବାର୍ଡ ପୋଷ୍ଟ ଗସ୍ତ କରିବା ସହ ସ୍ଥିତି ସମୀକ୍ଷା କରିଥିବା ଦେଖିବାକୁ ମିଳିଛି ।

ଗତ ୫ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ବାୟୁସେନା ମୁଖ୍ୟ କହିଥିଲେ ଯେ, ବର୍ତ୍ତମାନ ମଧ୍ୟ LAC ନିକଟବର୍ତ୍ତୀ ୩ ଚୀନ ବୟୁସେନା ଘାଟିରେ ଚୀନ ତାର ଲଢୁଆ ବିମାନ ପ୍ରସ୍ତୁତ କରି ରଖିଛି । ପ୍ରତିକ୍ରିୟା ସ୍ବରୁପ ଭାରତୀୟ ବାୟୁସେନା ମଧ୍ୟ ଘଟଣାକୁ ଗୁରୁତ୍ବର ସହ ନେଇ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିଛି ବୋଲି କହିଥିଲେ ବାୟୁସେନା ମୁଖ୍ୟ । ତେବେ ଆଜି ଫରଓ୍ବାର୍ଡ ପୋଷ୍ଟ ଗସ୍ତ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତିି ବାୟୁସେନା ମୁଖ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details