ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁରେ ବାୟୁସେନା ମୁଖ୍ୟ, ଉଡାଇଲେ ତେଜସ - ବାୟୁସେନା

ଭାରତୀୟ ବାୟୁସେନା ମୁଖ୍ୟ RKS ଭଦୌରିଆ ସ୍ବଦେଶୀ ବିକଶିତ ହାଲୁକା ଯୁଦ୍ଧ ବିମାନ ତେଜସ Mk1(FOC)କୁ ବେଙ୍ଗାଲୁରୁ ଆକାଶରେ ଉଡାଇଛନ୍ତି ।ଅଧିକ ପଢନ୍ତୁ...

ବେଙ୍ଗାଲୁରରେ ବାୟୁସେନା ମୁଖ୍ୟ ; ଉଡାଇଲେ ତେଜସ
ବେଙ୍ଗାଲୁରରେ ବାୟୁସେନା ମୁଖ୍ୟ ; ଉଡାଇଲେ ତେଜସ

By

Published : Aug 25, 2021, 12:35 PM IST

Updated : Aug 25, 2021, 1:17 PM IST

ବେଙ୍ଗାଲୁରୁ : ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ ସ୍ବଦେଶୀ ବିକଶିତ ହାଲୁକା ଯୁଦ୍ଧ ବିମାନ ତେଜସ Mk1କୁ ବେଙ୍ଗାଲୁରୁରେ ଉଡାଇଛନ୍ତି । IAF ମୁଖ୍ୟ ଯେଉଁ ବିମାନଟି ଉଡ଼ାଇଥିଲେ ତାହା FOC(Final operational clearance) ଥିଲା । LCA ରେ ତେଜସ ବିମାନର ଦୁଇଟି ଷ୍ଟ୍ରିପ ରହିଛି । IOC(Initial Operation Clearance) ଓ FOC (Final Operation Clearance) । ତେବେ ତେଜସ FOC ହେଉଛି ଅଧିକ ଉନ୍ନତ ଏବଂ ବିକଶିତ ଫାଇଟର ଜେଟ । ଏହି ଫାଇଟର ଆଇଓସି ମାନର ହୋଇଥିବା ବେଳେ, ଏହା ଇନ୍ଧନ ବହନ କରିବାର କ୍ଷମତା ମଧ୍ୟ ରଖୁଛି । ଯାହା ଭାରତୀୟ ବାୟୁସେନାକୁ ଅଧିକ କ୍ରିୟାଶୀଳ କରିବ । ବର୍ତ୍ତମାନ, ତେଜସ 1,200 ଏବଂ 800-ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଟ୍ୟାଙ୍କ ନେଇପାରିବେ । ଏହାସତ୍ବେ FOC- ସଂସ୍କରଣରେ 725-ଲିଟର କ୍ଷମତା ବିଶିଷ୍ଟ ଅତିରିକ୍ତ ଟାଙ୍କି ରହିଛି ।


ଏହାବାଦ ବାୟୁସେନା ମୁଖ୍ୟ ବେଙ୍ଗାଲୁରୁରେ ବିମାନ ଏବଂ ସିଷ୍ଟମ ପରୀକ୍ଷା ପ୍ରତିଷ୍ଠାନ (ASTE)ରେ ଚାଲିଥିବା ପ୍ରକଳ୍ପ ଏବଂ କାର୍ଯ୍ୟକ୍ଷମ ପରୀକ୍ଷଣର ଅଗ୍ରଗତି ସମୀକ୍ଷା କରିଥିଲେ। ଏହାସହ ଏହାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଭାରତୀୟ ବାୟୁସେନା ମୁଖ୍ୟ ତାଙ୍କର ଦୁଇ ଦିନିଆ ବେଙ୍ଗୁଲୁର ଗସ୍ତ ସମୟରେ ସଫ୍ଟୱେୟାର ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିଥିଲେ । ଯାହା ଉପରେ ଏଭିଏସନ ସଫ୍ଟୱେୟାରର ବିକାଶ ଦାୟିତ୍ବ ନ୍ୟସ୍ତ କରାଯାଇଛି ।


ଏହି ଗସ୍ତର ସେ ଏରୋନେଟିକାଲ ଡେଭଲପମେଣ୍ଟ ଏଜେନ୍ସି, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ) ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ଟେଷ୍ଟ କ୍ରୁ’ ଏବଂ ଇଞ୍ଜିନିୟରମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଆଲୋଚନା ପରେ ବାୟୁସେନା ମୁଖ୍ୟ କହିଥିଲେ କି ଆମର ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ଏକ ସ୍ବଦେଶୀ ବିମାନ ଶିଳ୍ପ ଦକ୍ଷତା ବିକାଶର ସହଭାଗୀତା ମାଧ୍ୟମରେ ଆଗକୁ ବଢିବାକୁ ପଡିବ ।


@ANI

Last Updated : Aug 25, 2021, 1:17 PM IST

ABOUT THE AUTHOR

...view details