ଓଡିଶା

odisha

72 ବର୍ଷ ପରେ ଭାରତୀୟ ବାୟୁସେନାକୁ ମିଳିଲା ନୂଆ ଧ୍ବଜା

By ETV Bharat Odisha Team

Published : Oct 8, 2023, 2:13 PM IST

91ତମ ଭାରତୀୟ ବାୟୁସେନା ଦିବସରେ ବାୟୁସେନା ନୂଆ ପ୍ରତୀକ ତଥା ଧ୍ବଜାର ଉନ୍ମୋଚିତ କରିଛନ୍ତି ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ । ଅଧିକ ପଢ଼ନ୍ତୁ

New Indian Air Force flag
ଭାରତୀୟ ବାୟୁସେନା ଦିବସ

72 ବର୍ଷ ପରେ ଭାରତୀୟ ବାୟୁସେନାକୁ ମିଳିଲା ନୂଆ ଧ୍ବଜା

ଲକ୍ଷ୍ନୌ:ଆଜି 91ତମ ବାୟୁସେନା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ସଙ୍ଗମ ସହର ପ୍ରୟାଗରାଜରେ ମେଗା ଏୟାର ସୋ'ରେ ଶକ୍ତି, ସାମାର୍ଥ୍ୟ ଓ ସୌର୍ଯ୍ୟ ଦେଖାଇବେ ଭାରତୀୟ ବାୟୁସେନା । ବାୟୁସେନା ମୁଖ୍ୟ ପ୍ରଥମେ ପରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ ଏହାପରେ ନୂଆ ଧ୍ବଜା ଉନ୍ମୋଚନ କରିଥିଲେ । ବାୟୁସେନା ନୂଆ ପ୍ରତୀକ ତଥା ଧ୍ବଜା ଉନ୍ମୋଚିତ କରିଛନ୍ତି ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ । ପ୍ରଥମ ଥର ପାଇଁ ବାୟୁସେନା ଧ୍ବଜାରେ ପରିବର୍ତ୍ତନ କରାଯାଇଛି । ନୂଆ ଧ୍ବଜାରେ ୟୁନିଅନ ଜ୍ୟାକ୍‌ ହଟାଯାଇ ତ୍ରିରଙ୍ଗାକୁ ସ୍ଥାନ ଦିଯାଇଛି । 72 ବର୍ଷ ପରେ ଭାରତୀୟ ବାୟୁସେନାକୁ ନୂଆ ଧ୍ବଜା ମିଳିଛି । ଏୟାର ଶୋରେ ଯୁଦ୍ଧବିମାନ ପରାକ୍ରମ ଦେଖାଇବେ ।

ଭାରତୀୟ ବାୟୁସେନା ଆଜି 91ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଉତ୍ତରପ୍ରଦେଶ ସଙ୍ଗମ ସିଟି ପ୍ରୟାଗରାଜ ବମରଉଲି ବାୟୁସେନା ଷ୍ଟେସନରେ ବ୍ୟାପକ ଆୟୋଜନ କରାଯାଇଛି । ବିଭିନ୍ନ ଏୟାରକ୍ରାଫ୍ଟ ଏୟାର ଶୋ ଅନୁଷ୍ଠିତ ହେବ । ଯୁଦ୍ଧବିମାନ ସେମାନଙ୍କ ସାମର୍ଥ ଓ ପରାକ୍ରମ ଦେଖାଇବେ । ଆଜି 72 ବର୍ଷ ପରେ ବାୟୁସେନାକୁ ନୂଆ ଧ୍ବଜା ମିଳିଛି । ଯାହାକୁ ଡ୍ରୋନ୍‌ ଜରିଆରେ ଆକାଶରେ ଉଡ଼ାଯାଇଛି । ବାୟୁସେନା ଆଜି ପ୍ରୟାଗଗାଜ ଆକାଶରେ ଶକ୍ତି ପ୍ରଦର୍ଶନ କରିଛି । 100ରୁ ଅଧିକ ବିମାନ ଓ ହେଲକାପ୍ଟର ଯୁଦ୍ଧ ବିମାମ ଏଥିରେ ସାମିଲ ହୋଇଛନ୍ତି । ପ୍ରଥମେ ପରେଡ ପରେ ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ ନୂଆ ଧ୍ବଜା ଉନ୍ମୋଚିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚିଫ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଅନିଲ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ବାୟୁସେନାର ଏୟାର ଶୋରେ ପ୍ରଥମ ଥର ରାଫେଲ ଏବଂ ତେଜସ ଯୁଦ୍ଧ ବିମାନ ସହିତ ଧ୍ରୁବ ହେଲିକପ୍ଟର ଏବଂ ନୌସେନାର 81ଟି ଯୁଦ୍ଧବିମାନ ସାମିଲ ହୋଇଛି । ରାଫେଲକୁ କମାଣ୍ଡ ହସ୍ତନ୍ତର କରି ଆଜି ମିଗ -21 ବିଦାୟ ନେବ ।

ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ ପାରେଡ ଅଭିବାଦନ ଗ୍ରହଣ କରିବା ପରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ, ଆମକୁ ବିକଶିତ ବାୟୁଶକ୍ତିକୁ ବୁଝିବାକୁ ହେବ ଯାହା ଶାନ୍ତି ପ୍ରତିଷ୍ଠା ପାଇଁ ଗତି ନିର୍ଦ୍ଧାରିତ କରିଥାଏ । ଅଭିନବତା ଆମ ଡିଏନଏରେ ରହିବା ଦରକାର ଯାହାକୁ ନେଇ ଆମେ ସମସ୍ୟା ଓ ଚ୍ଯାଲେଞ୍ଜକୁ ସହଜରେ ମୁକାବିଲା କରିପାରିବା ।''

ଏହା ବି ପଢନ୍ତୁ...Indian Air Force Day: ଆଜି ବାୟୁସେନା ଦିବସ, ଗଗନରେ ଗର୍ଜନ କରିବେ ବାୟୁବୀର

ବାୟୁସେନା ଦିବସ:ପ୍ରତି ବର୍ଷ ଅକ୍ଟୋବର 8 ତାରିଖକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଏ । 1932 ଅକ୍ଟୋବର 8 ତାରିଖରେ ଭାରତୀୟ ବାୟୁସେନାର ସ୍ଥାପନା ହୋଇଥିଲା । ଭାରତର ରାଷ୍ଟ୍ରପତି ହେଉଛନ୍ତି ବାୟୁସେନାର ସର୍ବୋଚ୍ଚ କମାଣ୍ଡର । ଭାରତୀୟ ବାୟୁସେନା କେବଳ ଭାରତୀୟ ଭୂଖଣ୍ଡକୁ ରକ୍ଷା କରେ ନାହିଁ ସମସ୍ତ ପ୍ରକାର ବିପଦରୁ ଦେଶକୁ ସରକ୍ଷା ଦିଏ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାହାଯ୍ୟ କରିବା ସହ ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନାକୁ ସବୁ ସାହାଯ୍ୟ କରିଥାଏ ।

ABOUT THE AUTHOR

...view details