ଓଡିଶା

odisha

ETV Bharat / bharat

Karnataka Assembly Election: ଅଭିନେତା କିଚ୍ଚା ସୁଦୀପଙ୍କ ଘୋଷଣା ପରେ ସରଗରମ କର୍ଣ୍ଣାଟକ ରାଜନୀତି - ସରଗରମ କର୍ଣ୍ଣାଟକ ରାଜନୀତି

କିଚ୍ଚା ସୁଦୀପଙ୍କ ଆଜି (ବୁଧବାର) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କ ସହିତ ପ୍ରେସମିଟ କରିଥିଲେ । ପ୍ରେସମିଟରେ ସୁଦୀପ ବିଜେପିର ଋଣ ଚୁକ୍ତି କରିବାକୁ ଚାହୁଁଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଅଛି । କିନ୍ତୁ ପାର୍ଟି ସହିତ ନୁହେଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 5, 2023, 10:47 PM IST

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ମିଳିଛି ବଡ ସଫଳତା । ପ୍ରସିଦ୍ଧ କନ୍ନଡ ଫିଲ୍ମ ଅଭିନେତା କିଚ୍ଚା ସୁଦୀପଙ୍କ ସମର୍ଥନ ମିଳିଛି ବିଜେପିକୁ । ଆଜି କିଚ୍ଚା ସୁଦୀପ ନିର୍ବାଚନ ଲଢିବେ ନାହିଁ, କିନ୍ତୁ ବିଜେପି ପାଇଁ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇପଡିଛି । କନ୍ନଡ ଫିଲ୍ମ ଜଗତଠାରୁ ବଲିଉଡ ଓ ରାଜନୀତି ମୈଦାନରେ ଏବେ ଏହି ଖବରକୁ ନେଇ ଯୋରଦାର ଆଲୋଚନା । ଅଭିନେତା କିଚ୍ଚା ସୁଦୀପଙ୍କ ଏହି ବୟାନରେ ବହୁ ଲୋକ ମଧ୍ୟ ନିରାଶ ହୋଇପଡିଛନ୍ତି ।

କିଚ୍ଚା ସୁଦୀପଙ୍କ ବୟାନ ପରେ ଅଭିନେତା ପ୍ରକାଶ ରାଜ ଟ୍ବିଟ କରି କହିଥିଲେ କର୍ଣ୍ଣାଟକ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ହେବାକୁ ଯାଉଛି । ଯାହାକୁ ନେଇ ବିଜେପି ପକ୍ଷରୁ ଏହି ମିଛ ଖବର ଭାଇରାଲ କରାଯାଉଛି । କିନ୍ତୁ କିଚ୍ଚା ସୁଦୀପଙ୍କ ଘୋଷଣା ପରେ ଅଭିନେତା ପ୍ରକାଶ ରାଜ ପୁଣି ଟ୍ବିଟ କରି କହିଛନ୍ତି, "କିଚ୍ଚା ସୁଦୀପଙ୍କ ଏହି ଘୋଷଣା ପରେ ମୁଁ ଆଶ୍ଚର୍ଯ୍ୟ ଯେତିକି ନିରାଶା ବି ସେତିକି ।"

ଏହାବି ପଢନ୍ତୁ- Padma Awards 2023: 3 ଜଣ ଓଡିଆ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ

କିଚ୍ଚା ସୁଦୀପଙ୍କ ଆଜି(ବୁଧବାର) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କ ସହିତ ପ୍ରେସ୍‌ମିଟ୍‌ କରିଥିଲେ । ପ୍ରେସ୍‌ମିଟ୍‌ରେ ସୁଦୀପ କହିଥିଲେ "ମୁଁ ବିଜେପିର ଋଣ ଚୁକ୍ତି କରିବାକୁ ଚାହେଁ । ମୋତେ ବହୁ ଲୋକ ଅସମୟରେ ସହଯୋଗ କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବୋମ୍ମାଇ ମଧ୍ୟ ଅଛନ୍ତି । କିନ୍ତୁ ମୁଁ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଅଛି । ପାର୍ଟି ସହିତ ନୁହେଁ । କିନ୍ତୁ ମୁଁ ବିଜେପି ପାଇଁ ପ୍ରଚାର କରିବାକୁ ପ୍ରସ୍ତୁତ ଅଛି । ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କୁ ମୁଁ ମାମା(ମାମୁଁ) ସମ୍ବୋଧନ କରେ । ଯେତେବେଳେ ମାମା ମତେ ଡାକିଛନ୍ତି ମୋର ଦାୟିତ୍ବ ମୁଁ ଆସିବା ବୋଲି କହିଛନ୍ତି ।"

ବିଜେପିକୁ କିଚ୍ଚା ସୁଦୀପଙ୍କ ସମର୍ଥନ ପରେ କଂଗ୍ରେସ ଏହାକୁ ନେଇ ବିଜେପି ଉପରେ ବର୍ଷିଛି । କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି ଫିଲ୍ମ ଷ୍ଟାରଙ୍କ ଅଧିକାର ଅଛି କାହାକୁ ସମର୍ଥନ କରିବେ । କିନ୍ତୁ ବିଜେପି ଜାଣିସାରିଛି ନିଶ୍ଚିତ ପରାଜୟ ଭୋଗିବାକୁ ଯାଉଛି । ଯେଉଁଥିପାଇଁ ନିଜ ନେତାଙ୍କ ଉପରେ ଭରଷା ତୁଟାଇ ଏବେ ଅଭିନେତାଙ୍କୁ ଭରଷା କରିଛି ।

କିଚ୍ଚା ସୁଦୀପ ଗତ ବର୍ଷ ହିନ୍ଦୀ ଭାଷାକୁ ନେଇ ଦେଇଥିବା ଏକ ବୟାନକୁ ନେଇ ଚର୍ଚ୍ଚାରେ ଥିଲେ । ଏକ ସାକ୍ଷାତକାରରେ କିଚ୍ଚା ସୁଦୀପସ କହିଥିଲେ କି ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ । ଯାହାକୁ ନେଇ କଡା ଜବାବ ଦେଇଥିଲେ ଅଭିନେତା ଅଜୟ ଦେବଗନ । ଅଜୟ ଦେବଗନ କହିଥିଲେ ଯଦି ହିନ୍ଦୀ ରାଷ୍ଟ୍ରୀୟ ଭାଷା ନୁହେଁ କିଚା ସୁଦୀପ କାହିଁକି ନିଜ ମାତୃଭାଷାରେ ନିର୍ମିତ ଫିଲ୍ମକୁ ହିନ୍ଦୀ ଭାଷାରେ ଡବିଂ କରୁଛନ୍ତି ? ହିନ୍ଦୀ ରାଷ୍ଟ୍ରୀୟ ଭାଷା ଥିଲା ରହିବ ବୋଲି କହିଥିଲେ ।

ABOUT THE AUTHOR

...view details