ବେଙ୍ଗାଲୁରୁ: ଚଳିତ ବର୍ଷ ହେବାକୁ ଯାଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ ୟେଦିରପ୍ପା ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ । ସେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଏବେ ନିର୍ବାଚନ ମଧ୍ୟ ଲଢିବେନି ବୋଲି ଆଜି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ତାଙ୍କୁ ୮୦ ବର୍ଷ ବୟସ ହେଲାଣି । ବର୍ତ୍ତମାନ ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତାରେ ନକରି ଦଳକୁ ମଜଭୁତ କରିବା ପାଇଁ ସାରା ରାଜ୍ୟ ଭ୍ରମଣ କରିବେ ବୋଲି କହିଛନ୍ତି ।
ବେଲଗାଭିଠାରେ ୟେଦିରପ୍ପା ଗଣମାଧ୍ୟମକୁ କହିଛନ୍ତି ଯେ, ସାଂସଦ ଭାବେ ବି ୱାଇ ରାଘବେନ୍ଦ୍ର ଏବଂ ବିଜେପି ରାଜ୍ୟ ଉପସଭାପତି ବି ୱାଇ ବିଜୟେନ୍ଦ୍ର ଦଳର ସଂଗଠନକୁ ଆହୁରି ସୁଦଢ କରିବା ପାଇଁ ଯାତ୍ରା କରୁଛନ୍ତି । ସେ ମଧ୍ୟ ବିଜୟେନ୍ଦ୍ରଙ୍କ ସହ ରାଜ୍ୟ ଭ୍ରମଣ କରୁଛନ୍ତି । ତେବେ ଏଯାଏଁ ସେ ଦଳରୁ ଅବସର ନେଇନାହାନ୍ତି । ଆସନ୍ତା ନିର୍ବାଚନରେ ଦଳ ପାଇଁ କାର୍ଯ୍ୟ କରିବେ ଓ କର୍ଣ୍ଣାଟକରେ ପୁଣିଥରେ ବିଜେପିକୁ କ୍ଷମତାକୁ ଆଣିବାକୁ ଉଦ୍ୟମ କରିବେ । ଏହାସହିତ ଜାତୀୟ ରାଜନୀତିରେ ମଧ୍ୟ ପ୍ରବେଶ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।