ଚେନ୍ନାଇ: ଆଠ ବର୍ଷ ବୟସରେ ଅସଦାଚରଣର ଶିକାର ହୋଇଥିଲେ ଜାତୀୟ ମହିଳା କମିଶନର ସଦସ୍ୟା ତଥା ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଖୁସବୁ ସୁନ୍ଦର । ଅନ୍ୟ କେହି ନୁହେଁ ବର ନିଜ ବାପା ତାଙ୍କୁ ଅସଦାଚରଣ କରିଥିବା ଏକ ଗଣମାଧ୍ୟମରେ ସାକ୍ଷାତକାର ଦେଉଥିବା ସମୟରେ କହିଛନ୍ତି ଖୁସବୁ । ସେ କହିଛନ୍ତି ଯେ, ''ଯେତେବେଳେ ଗୋଟିଏ ଶିଶୁ ଯୌନ ନିର୍ଯାତନାର ଶିକାର ହୁଏ, ସେତେବେଳେ ଏହି ଦାଗ ଜୀବନସାରା ରହିଥାଏ । ତେଣୁ ସେ ପୁଅ ହେଉ ଅବା ଝିଅ । ବିବାହ କରିବା ମୋ ମାଆ ପାଇଁ ଯେମିତି ଏକ ଅଭିଶାପ ପାଲଟିଯାଇଥିଲା । ମୋ ବାପା ଭବନ୍ତି ଯେ, ପତ୍ନୀ ଓ ପିଲାଙ୍କୁ ମା଼ଡ ମାରିବା ଝିଅକୁ ଅସଦାଚରଣ କରିବା ତାଙ୍କର ଜନ୍ମଗତ ଅଧିକାର । ''
ଏହା ମଧ୍ୟ ପଢନ୍ତୁ-ମେଘାଳୟରେ ସରକାର ଗଢିବେ କୋନରାଡ ସାଙ୍ଗମା, ଆସନ୍ତାକାଲି ନେବେ ଶପଥ
''ମୋତେ ବାପା ଅସଦାଚରଣ କରୁଥିଲେ ମଧ୍ୟ ଭୟରେ ମୁଁ କାହାକୁ କହୁନଥିଲି । ମୋ ମାଆକୁ ଏ ବିଷୟରେ କହିଲେ ସେ ବିଶ୍ବାସ କରିବେ ନା ନାହିଁ ବୋଲି ମଧ୍ୟ ଭାବୁଥିଲି । କାହିଁକିନା କିଛିବି ହୋଇଯାଉ ପଛେ କିନ୍ତୁ ମୋ ସ୍ବାମୀ ଦେବତା ବୋଲି ସେ ଭାବୁଥିଲେ । ଯେତେବେଳେ ମୋତେ 15 ବର୍ଷ ବୟସ ହୋଇଥିଲା ସେତେବେଳେ ମୁଁ ଭାବିଥିଲି ଏବେ ବାପାଙ୍କ ବିରୋଧରେ ମୁହଁ ଖୋଲିବାର ଅଛି । ଏହାପରେ ମୋତେ ଯେତେବେଳେ 16 ବର୍ଷ ହୋଇଥିଲା ସେତେବେଳେ ବାପା ଘର ଛାଡି ପଳାଇଥିଲେ । ସେ ସମୟରେ ପରିବାର କେମିତି ଚଳିବ ସେନେଇ କାହାକୁ କିଛି ଜଣାନଥିଲା । ''