ଓଡିଶା

odisha

ETV Bharat / bharat

‘ସମସ୍ତଙ୍କ ପ୍ରାର୍ଥନା ଓ ସହଯୋଗ ପାଇଁ ଧନ୍ୟବାଦ, ପ୍ୟାରିସ ଅଲମ୍ପିକ ପାଇଁ ପ୍ରସ୍ତୁତ ହେବି’

ଟୋକିଓ ଅଲମ୍ପିକରେ କୁସ୍ତି ଯୁଦ୍ଧରେ ବ୍ରୋଞ୍ଜ ବିଜେତା ବଜରଙ୍ଗ ପୁନିଆଙ୍କ ପ୍ରତିକ୍ରିୟା । ସମସ୍ତଙ୍କ ପ୍ରାର୍ଥନା ଓ ସହଯୋଗ ପାଇଁ ଦେଶବାସୀଙ୍କୁ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ...

‘ ସମସ୍ତଙ୍କ ପ୍ରର୍ଥନା ଓ ସହଯୋଗ ପାଇଁ ଧନ୍ୟବାଦ, ୨୦୨୪ ପ୍ୟାରିସ ଅଲମ୍ପିକ ପାଇଁ ପ୍ରସ୍ତୁତ ହେବି’
‘ ସମସ୍ତଙ୍କ ପ୍ରର୍ଥନା ଓ ସହଯୋଗ ପାଇଁ ଧନ୍ୟବାଦ, ୨୦୨୪ ପ୍ୟାରିସ ଅଲମ୍ପିକ ପାଇଁ ପ୍ରସ୍ତୁତ ହେବି’

By

Published : Aug 8, 2021, 8:35 AM IST

ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକରେ କୁସ୍ତଯୁଦ୍ଧରେ ବ୍ରୋଞ୍ଜ ବିଜେତା ବଜରଙ୍ଗ ପୁନିଆଙ୍କ ପ୍ରତିକ୍ରିୟା ଆସିଛି । ନିଜର ସଫଳତା ପାଇଁ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ ସଫଳତା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଭଲପାଇବା, ପ୍ରାର୍ଥନା ଓ ସହଯୋଗ ପାଇଁ ସେ ଧନ୍ୟବାଦ ଦେଇଛନ୍ତି । ସେହିପରି କୁସ୍ତି ଫେଡେରେସନ୍ ଏବଂ ସହାୟକ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ପୁନିଆ ।

ସେ ବ୍ରୋଞ୍ଜ ପଦକ ଜିତିଥିବାବେଳେ ସ୍ବର୍ଣ୍ଣ ପାଇଁ ନିରାଶ ହୋଇଛନ୍ତି । କିନ୍ତୁ ସେ ଆଗାମୀ ୨୦୨୪ରେ ଆୟୋଜିତ ହେବାକୁ ଥିବା ପ୍ୟାରିସ ଅଲମ୍ପିକ ପାଇଁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବେ ବୋଲି ମଧ୍ୟ କହିଛନ୍ତି ପୁନିଆ । ଚଳିତ ଟୋକିଓ ଅଲମ୍ପିକରେ ବିଭିନ୍ନ ବର୍ଗରେ ଭାରତୀୟ କ୍ରୀଡାବିତଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରହିଛି ।

ଶନିବାର ପୁନିଆ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବାବେଳେ ଓ ନୀରଜ ଚୋପ୍ରା ଜାଭେଲିନରେ ସ୍ବର୍ଣ୍ଣ ପଦକ ଜିତିବା ପରେ ସାରା ଦେଶରେ ଖୁସିର ଲହରି ଦେଖିବାକୁ ମିଳିଛି । ଦେଶର ବିଭିନ୍ନ କୋଣରୁ ଅଲମ୍ପିକ କ୍ରିଡାବିତଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

@ANI

ABOUT THE AUTHOR

...view details