ଓଡିଶା

odisha

ମୁଁ ଚାହୁଁଛି କଂଗ୍ରେସ ହେଉ ଶକ୍ତିଶାଳୀ: ଫାରୁକ ଅବଦୁଲ୍ଲା

By

Published : Feb 28, 2021, 7:51 PM IST

କଂଗ୍ରେସ ଶକ୍ତିଶାଳୀ ହେଉ ଦେଶ ବିଭାଜନକାରୀ ଶକ୍ତି ବିରୋଧରେ ଲଢିବା ପାଇଁ କଂଗ୍ରେସ ହିଁ ଏକ ମାତ୍ର ବିକଳ୍ପ ବୋଲି ଏନସି ନେତା ଫାରୁକ ଅବଦୁଲ୍ଲା କହିଛନ୍ତି । ଅଧିକ ପଢନ୍ତୁ...

Farrukh Abdulla
ମୁଁ ଚାହୁଁଛି କଂଗ୍ରେସ ହେଉ ଶକ୍ତିଶାଳୀ

ଶ୍ରୀନଗର:କଂଗ୍ରେସରେ ଚାଲିଥିବା ବାଦବିବାଦକୁ ନେଇ ବୟାନ ଦେଲେ ଏନସି ନେତା ଫାରୁକ ଅବଦୁଲ୍ଲା । କଂଗ୍ରେସ ଶକ୍ତିଶାଳୀ ହେଉ ଦେଶ ବିଭାଜନକାରୀ ଶକ୍ତି ବିରୋଧରେ ଲଢିବା ପାଇଁ କଂଗ୍ରେସ ଆବଶ୍ୟକତା ରହିଛି ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି ।

କଂଗ୍ରେସର ଚାଲିଥିବା ରାଜନୈତିକ ଲଢେଇକୁ ନେଇ ବୟାନ ଦେଇଛନ୍ତି ଏନସି ନେତା ଫାରୁକ ଅବଦୁଲ୍ଲା । ବର୍ତ୍ତମାନ ସମୟରେ କଂଗ୍ରେସ ଶକ୍ତିଶାଳୀ ହେବା ଆବଶ୍ୟକତା ରହିଛି ମୁଁ ଚାହୁଁଛି କଂଗ୍ରେସ ଶକ୍ତିଶାଳୀ ହେଉ ଏବଂ ଦେଶର ବିଭାଜନକାରୀ ଶକ୍ତି ବିରୋଧରେ ଲଢିବା ପାଇଁ ଏକଜୁଟ ହେବା ଆବଶ୍ୟକ। ଦେଶରେ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏବେ ଲୋକମାନେ କଂଗ୍ରେସକୁ ଅପେକ୍ଷା କରିଛନ୍ତି ବୋଲି ନ୍ୟାସନାଲ କନଫ୍ରେନ୍ସ ନେତା ଫାରୁକ୍ ଅବଦୁଲ୍ଲା କହିଛନ୍ତି । ଦେଶର ସମସ୍ୟ ସମାଧାନ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଏନସି ନେତା କହିଛନ୍ତି । କଂଗ୍ରେସ ନଜ ଘରର ସମସ୍ୟା ସମାଧାନ କରି ଆଗକୁ ବଢୁ ଏବଂ କଂଗ୍ରେସ ଏକତ୍ର ହେଉ ଏବଂ ଦେଶର ବିଭାଜନକାରୀ ବିରୋଧରେ ଲଢେଇ କରୁ ବୋଲି କହିଛନ୍ତି ।

ସୂଚନାଥାଉକି ଗତ କିଛି ମାସ ହେଲା କଂଗ୍ରେସର ବରିଷ୍ଠ ନେତା ଓ କନିଷ୍ଠ ନେତା ମାନଙ୍କ ମଧ୍ୟରେ ନେତୃତ୍ବ ପରିବର୍ତ୍ତନକୁ ନେଇ ବାଦବିବାଦ ଚାଲିଛି । ଗତ ଅଗଷ୍ଟ ମାସରେ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ,କପିଲ ସିବଲ, ଆନନ୍ଦ ଶର୍ମା, ରାଜ ବବ୍ବର,ମନୀଷ ତିୱାରୀ,ଭୁପିନ୍ଦର ହୁଡା ଏହି ଭଳି 23 ଜଣ ବରିଷ୍ଠ ନେତା ଦଳର ନେତୃତ୍ବ ପରିବର୍ତ୍ତନ ନେଇ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଏହା ପରେ ଦଳ ମଧ୍ୟରେ ଅନ୍ତଃକନ୍ଦଳ ଦେଖାଦେଇଛି । ଦଳରେ ବରିଷ୍ଠ ନେତା ମାନଙ୍କୁ ଆଉ ପୂର୍ବଭଳି ସମ୍ମାନ ପ୍ରଦର୍ଶନ କରାଯାଉନାହିଁ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଲାମନବୀ ଆଜାଦଙ୍କ ବିଦାୟ ପରେ ପୁଣି ଥରେ ତାଙ୍କୁ ରାଜ୍ୟସଭା ପଦବୀକୁ ନେଇ ଚର୍ଚ୍ଚା ଆଲୋଚନା ଲାଗିରହିଛି।

@ANI

ABOUT THE AUTHOR

...view details