ଓଡିଶା

odisha

ବେଙ୍ଗାଲୁରୁର ୧୦ରୁ ଅଧିକ ଠିକଣାରେ ଆୟକର ବିଭାଗର ଚଢାଉ

By

Published : Jun 23, 2022, 2:42 PM IST

କେତେକ ଖ୍ୟାତିସମ୍ପନ୍ନ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢାଉ । ଆଜି(ଗୁରବାର) ସକାଳୁ ବେଙ୍ଗାଲୁରୁର ଅନେକ ସ୍ଥାନରେ ଚଢାଉ ଆରମ୍ଭ କରିଛି ଆୟକର ବିଭାଗ । ଅଧିକ ପଢନ୍ତୁ

ବେଙ୍ଗାଲୁରର ୧୦ରୁ ଅଧିକ ଠିକଣାରେ ଆୟକର ବିଭାଗର ଚଢାଉ
ବେଙ୍ଗାଲୁରର ୧୦ରୁ ଅଧିକ ଠିକଣାରେ ଆୟକର ବିଭାଗର ଚଢାଉ

ବେଙ୍ଗାଲୁରୁ: କେତେକ ଖ୍ୟାତିସମ୍ପନ୍ନ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢାଉ । ଆଜି(ଗୁରୁବାର) ସକାଳୁ ବେଙ୍ଗାଲୁରୁର ଅନେକ ସ୍ଥାନରେ ଚଢାଉ ଆରମ୍ଭ କରିଛି ଆୟକର ବିଭାଗ । ବେଙ୍ଗାଲୁରୁର ଶ୍ରୀକୃଷ୍ଣଭାରାୟା ଶିକ୍ଷା ପ୍ରତିଷ୍ଠାନ, ରେଭା ବିଶ୍ୱବିଦ୍ୟାଳୟ ଏବଂ ଦିବ୍ୟାଶ୍ରୀ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରୁଛି ବିଭାଗ । ଏକାସଙ୍ଗେ ୧୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଛି ।


ଖବରଅନୁସାରେ, କର୍ଣ୍ଣାଟକ ଏବଂ ଗୋଆ ଜୋନର ଅଧିକାରୀ ଏହି ରେଡ କରୁଥିବା ବେଳେ ଏହି ରେଡରେ ୨୫୦ରୁ ଅଧିକ ଅଧିକାରୀ ସାମିଲ ରହିଛନ୍ତି । ବିଦେଶୀ ଛାତ୍ରମାନଙ୍କ ଠାରୁ ଅଧିକ ଫି ଆଦାୟ, ସିଟ ଅବରୋଧ କରିବା, ଟିକସ ଫାଙ୍କିବା ଭଳି ଅଭିଯୋଗରେ ରେଡ ଖ୍ୟାତିସମ୍ପନ୍ନ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟାଳୟରେ ରେଡ କରାଯାଇଛି ।

ABOUT THE AUTHOR

...view details