ଓଡିଶା

odisha

ETV Bharat / bharat

ୟୁପିରେ ବିଜେପିର ଜବରଦସ୍ତ ବିଜୟ, ଭୋଟରଙ୍କ ନିଷ୍ପତ୍ତିକୁ ଓୱେସୀଙ୍କ ସମ୍ମାନ - ଅସଦୁଦ୍ଦିନ ଓୱେସୀ ଖବର

୪ ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି ବିଜେପି । ଉତ୍ତରପ୍ରଦେଶରେ ପୁଣି ବିଜେପି ସରକାର ଗଢିବାକୁ ଯାଉଛି । ବିଜେପି ତାର ଗଡ ଏକପ୍ରକାର ଅତୁଟ ରଖିଛି । ବିଜେପିର ଏ ଅଦ୍ଭୁତପୂର୍ବ ସଫଳତା ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ୟୁପିରେ ବିଜେପିର ବାଜିମାତ ପାଇଁ ୟୁପିବାସୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ଅଧିକ ପଢନ୍ତୁ

asaduddin owaisi
asaduddin owaisi

By

Published : Mar 11, 2022, 9:01 AM IST

ହାଇଦ୍ରାବାଦ: ପ୍ରକାଶ ପାଇ ସାରିଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ୪ ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି ବିଜେପି । ଉତ୍ତରପ୍ରଦେଶରେ ପୁଣି ବିଜେପି ସରକାର ଗଢିବାକୁ ଯାଉଛି । ବିଜେପି ତାର ଗଡ ଏକପ୍ରକାର ଅତୁଟ ରଖିଛି । ବିଜେପିର ଏ ଅଦ୍ଭୁତପୂର୍ବ ସଫଳତା ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ୟୁପିରେ ବିଜେପିର ବାଜିମାତ ପାଇଁ ୟୁପିବାସୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ।

ଗଣମାଧ୍ୟମକୁ ସୂଚନା ଦେଇ ଅସଦୁଦ୍ଦିନ ଓୱେସୀ କହିଛନ୍ତି ୟୁପି ଜନତା ଜନାର୍ଦ୍ଦନ ବିଜେପିକୁ କ୍ଷମତା ଦେଇଛନ୍ତି । ମୁଁ ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି । ମୁଁ AIMIM ରାଜ୍ୟ ସଭାପତି, କର୍ମୀ, ସଦସ୍ୟ ଏବଂ ପବ୍ଲିକ ଯିଏ କି ଆମ ପାଇଁ ଭୋଟ ଦେଇଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଆମ ଉଦ୍ୟମ ଅନେକ କିଛି ହାସଲ କରିଛି ହେଲେ ନିର୍ବାଚନ ଫଳାଫଳ ଆଶା ଅନୁସାରେ ମିଳିନାହିଁ ଆମକୁ ଅଧିକରୁ ଅଧିକ କାମ କରିବାକୁ ପଡିବ ବୋଲି କହିଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ।

ସେ ଆହୁରି କହିଛନ୍ତି, ଅନେକ ରାଜନୈତିକ ଦଳ ଇଭିଏମ ସମସ୍ୟା ଦ୍ବାରା ସେମାନଙ୍କ ପରାଜୟକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି । ଏହା ଇଭିଏମ ତ୍ରୁଟି ନୁହେଁ ବରଂ ସେମାନଙ୍କ କୁତ୍ସିତ ମାନସିକତା । ଆମେ ଆଗକୁ କାର୍ଯ୍ୟ ଆରମ୍ଭ କରିବୁ ଏବଂ ମୁଁ ବିଶ୍ବାସ କରେ ଆମେ ଆଗକୁ ଭଲ କରିବୁ । ଲୋକଙ୍କୁ ବୁଝିବାକୁ ହେବ ଆମ ଉତ୍ସାହ ଏବେ ବି ମଉଳିନି ବୋଲି କହିଛନ୍ତି ଅସଦୁଦ୍ଦିନ ଓୱେସୀ ।

ପ୍ରକାଶ ଥାଉ କି, ଚଳିତ ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳ ପ୍ରକାଶିତ ହୋଇଛି । ୪ ରାଜ୍ୟରେ ବିଜେପି ବାଜିମାତ କରିଛି । ଉତ୍ତରପ୍ରଦେଶରେ ୪୦୩ ଆସନରୁ ବିଜେପି ୨୭୪ ସିଟ ହାତେଇଛି । ମଣିପୁର, ଗୋଆ ଓ ଉତ୍ତରାଖଣ୍ଡରେ ମଧ୍ୟ ବିଜୟ ବଜାୟ ରଖିଛି ବିଜେପି । ପଞ୍ଜାବରେ ବିଜେପିର ରଣନୀତି ଫେଲ ମାରିଛି । ଆପ୍ ୧୧୭ ଆସନରୁ ୯୨ ସିଟ ହାତେଇ ପଞ୍ଜାବ ମୁକୁଟ ପିନ୍ଧିଛି ।

@ANI

ABOUT THE AUTHOR

...view details