ଗୌହାଟୀ:ନାଗରିକତା ସଂଶୋଧନ ଅଧିନିୟମକୁ ସମର୍ଥନ କରନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏକ ସାଧାରଣ ସଭାରେ ସେ ଯୋଗ ଦେଇ ଏଭଳି ବକ୍ତବ୍ୟ ରଖିଛନ୍ତି । ନାଗରିକତା ସଂଶୋଧନ ଆଇନର ଜଣେ ସମର୍ଥକ ହୋଇଥିବାରୁ ଆସାମ ସଂସ୍କୃତିକୁ ସୁରକ୍ଷା ଦେବା ଓ ନିର୍ଯାତିତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ତାଙ୍କର କର୍ତ୍ତବ୍ୟ । ଆସାମବାସୀ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାକୁ ପଡିବ । ଆସାମ ସଂସ୍କୃତିର ସୁରକ୍ଷା ଏବଂ ଐତିହାସିକ କର୍ତ୍ତବ୍ୟ ପାଳନ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ଏନେଇ ଏକ ଟୁଇଟ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ହିମନ୍ତ କହିଛନ୍ତି ଆମେ ସମ୍ବିଧାନର ଶପଥ ନେଇଛୁ । ନିର୍ଯାତିତ ଲୋକଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି । ଆମେ ‘ସର୍ଭ ଭବନ୍ତ ସୁଖୀନଃ’ ନୀତିରେ କାମ କରୁଛୁ । ସେହି ଦୃଷ୍ଟିରୁ ନାଗରିକ ସଂଶୋଧନ ଆଇନ ଲାଗୁ କରିବା ଜରୁରୀ, ଓ ମୁଁ ଏହାର ବଡ ସମର୍ଥକ ମଧ୍ୟ ବୋଲି ହିମନ୍ତ କହିଛନ୍ତି ।